www.samajalive.in
Friday, December 12, 2025
26.1 C
Bhubaneswar

ଆଜି ନିଟ୍‌: ରାଜ୍ୟର ୩୭ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ଭୁବନେଶ୍ୱର: ନ୍ୟାସନାଲ୍‍ ଟେଷ୍ଟ୍ରିଂ ଏଜେନ୍ସି(ଏନ୍‍ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍‍ ଏଲିଜିବିଲିଟି କମ୍‍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‍ଇଇଟି)ୟୁଜି ପରୀକ୍ଷା ଆସନ୍ତାକାଲି (ରବିବାର) ଅନୁଷ୍ଠିତ ହେବ। ଡାକ୍ତରୀ ପାଠ୍ୟକ୍ରମ ଏମ୍‍ବିବିଏସ୍‍ ଏବଂ ବିଡିଏସ୍‍ରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଅପରାହ୍ଣ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟାରେ ସରିବ। ତେବେ କୋଭଡ୍‍-୧୯ କଟକଣା ପାଳନ କରାଯାଇ ପରୀକ୍ଷା ପରିଚାଳନା କରାଯାଉଥିବାରୁ ପରୀକ୍ଷାର୍ଥୀ ୨ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ନିଟ୍‍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ସେବା ଏବଂ ରହଣି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କରୋନାକୁ ଭୟ ନକରି ନିଟ୍‍ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ସମୁଦାୟ ୧୫,୯୭,୪୩୩ ଛାତ୍ରଛାତ୍ରୀ ନିଟ୍‍ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ୩୭,୪୫୯ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିବା ଏନ୍‍ଟିଏ ପକ୍ଷରୁ ଜଣାପଡ଼ିଛି। ଏଥିପାଇଁ ୩୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ଅନୁଗୋଳ, ବ୍ରହ୍ମପୁର ଏବଂ ବାଲେଶ୍ୱର ସହରରେ ୮୩ଟି କେନ୍ଦ୍ର ହୋଇଛି। ଭୁବନେଶ୍ୱର ସହରରେ ୩୧ଟି କେନ୍ଦ୍ର କରାଯାଇଛି। ଏ ବର୍ଷ କରୋନା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା କରି ପରୀକ୍ଷା କରିବା ସକାଶେ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶାରେ ଗତବର୍ଷ ୩୩,୭୯୭ ପରୀକ୍ଷାର୍ଥୀଙ୍କ ପାଇଁ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ବେଳେ ଚଳିତ ବର୍ଷ ଆଉ ୨୯ଟି କେନ୍ଦ୍ର ଅଧିକ କରାଯାଇଛି।

- Advertisement -

କୋଭିଡ୍‍-୧୯ ନିୟମ ଅନୁସାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ସମୟରେ ୬ଫୁଟ୍‍ ସାମାଜିକ ଦୂରତ୍ୱ ରକ୍ଷା କରି ଧାଡ଼ିରେ ଠିଆ ହେବେ। ଜଣଙ୍କ ପରେ ଜଣେ ବିଦ୍ୟାର୍ଥୀ ହାତକୁ ସାନିଟାଇଜ୍‍ ଏବଂ ଥର୍ମାଲ ସ୍କାନିଂ କରି ପ୍ରବେଶ କରିବେ। ବିଦ୍ୟାର୍ଥୀ ମାସ୍କ ଏବଂ ହାତରେ ଗ୍ଲୋଭ୍‍ସ ପିନ୍ଧି ପରୀକ୍ଷା ଦେବେ। ପାଖରେ ପାଣି ବୋତଲ ସହିତ ସାନିଟାଇଜର ରଖିବେ। କେନ୍ଦ୍ରକୁ ଗଲାବେଳେ ସାଥୀରେ ପରିଚୟପତ୍ର ଏବଂ ଆଡ଼ମିଟ୍‍ କାର୍ଡ ନେବେ। ପୋଷାକ ପିନ୍ଧିବା ଉପରେ ଏନ୍‍ଟିଏ ପକ୍ଷରୁ କଟକଣା ଲଗାଯାଇଛି। ପରୀକ୍ଷାର୍ଥୀ ସ୍ଲିପର, କମ୍‍ ହିଲ୍‍ ଚପଲ, ପତଳା କପଡ଼ା ହାଫ୍‍ ସାର୍ଟ ପିନ୍ଧିବେ। ରାଜ୍ୟ ସରକାର ପରୀକ୍ଷାର୍ଥୀ ଏବଂ ଅଭିଭାବକ କେନ୍ଦ୍ରକୁ ଆସିବା ପାଇଁ ମାଗଣାରେ ପରିବହନ ସେବା ଯୋଗାଇ ଦେଇଥିବାବେଳେ ରହିବା ପାଇଁ ବିଭିନ୍ନ ହଷ୍ଟେଲରେ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାରୁ ବିଏମ୍‍ସି ମାଗଣା ବସ୍‍ ସେବା ପ୍ରଦାନ କରାଯିବା ସହ ରହିବା ପାଇଁ ୫ଟି ଇଞ୍ଜିନିୟରିଂ କଲେଜ ହଷ୍ଟେଲ ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories