www.samajalive.in
Friday, December 12, 2025
27.1 C
Bhubaneswar

ଅନୁଗ୍ରହ ପୂର୍ବକ ପରାଜୟ ସ୍ୱୀକାର କଲେ ଶରଦ ପାୱାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଏନଡ଼ିଏର ବିଜୟକୁ ଏନସିପି ମୁଖ୍ୟ ଶରଦ ପାୱାର ସହର୍ଷ ସ୍ୱୀକାର କରିବା ସହ କହିଛନ୍ତି ଯେ ସେ ଅନ୍ୟମାନଙ୍କ ଭଳି ଇଲେକଟ୍ରୋନିକ ଭୋଟିଂ ମେସିନକୁ ଦାୟୀ କରିବେ ନାହିଁ। ପୂର୍ବରୁ ଏନସିପି ସମେତ ଅନ୍ୟ ଦଳଗୁଡିକ ଇଭିଏମ ଟାମ୍ପରିଙ୍ଗ ଅଭିଯୋଗ କରିଥିଲେ।

ଏନସିପି ମୁଖ୍ୟ କହିଛନ୍ତି ଯେ କେତେକ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କିଛି ବିରୋଧୀ ଦଳ ଆଶା କରୁଥିଲେ କିନ୍ତୁ ଭାବିନଥିଲେ ଯେ ବିଜେପିକୁ ଏତେ ବଡ଼ ସଫଳତା ମିଳିବ। ସେ କହିଛନ୍ତି, ଯଦିଓ ଇଭିଏମକୁ ନେଇ ସନ୍ଦେହ ରହିଛି କିନ୍ତୁ ଫଳାଫଳ ଘୋଷଣା ହେବା ପରେ ସେ ଇଭିଏମ ସମ୍ପର୍କିତ ପ୍ରଶ୍ନ ଉଠାଇବେ ନାହିଁ। ତାଙ୍କ ଦଳ ନିର୍ବାଚନ ଫଳାଫଳ ନେଇ ଆତ୍ମ ଚିନ୍ତନ କରିବ ଏବଂ ଆଗାମୀ ଦିନରେ ହେବାକୁ ଥିବା ମହାରାଷ୍ଟ୍ର ନିର୍ବାଚନ ପାଇଁ ଦଳ ନିଜକୁ ପ୍ରସ୍ତୁତ କରିବ। ସେ ଆରମ୍ଭରୁ ମାଢ଼ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ କି ପ୍ରଶ୍ନ ଉତ୍ତରରେ ସେ ସେଭଳି ଇଛା ପୋଷଣ କରି ନ ଥିବା କହିଥିଲେ।

- Advertisement -

ଆଗାମୀ ଦିନରେ ଦଳ ବିଧାନ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories