www.samajalive.in
Tuesday, December 9, 2025
19.1 C
Bhubaneswar

୧୯ ବର୍ଷ ପରେ ନିର୍ମାଣ ହେବ ଅନିଲ କପୁରଙ୍କ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ!

ମୁମ୍ବଇ : ବଲିଉଡ଼ ଅଭିନେତା ଅନିଲ କପୁର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ର ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଅପର ପକ୍ଷରେ ତାଙ୍କ ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ନିର୍ମାଣ ହେବା ବିଷୟକୁ ନେଇ ଚର୍ଚ୍ଚା ହେଉଛି। ୧୯ ବର୍ଷ ପୂର୍ବେ ପରଦାକୁ ଆସିଥିବା ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ନାୟକ-ଦି ରିୟଲ ହିରୋ’ର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି।

ସୂଚନା ଅନୁସାରେ, ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି। ଏନେଇ ଅନିଲଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି, “ମୋତେ ଲାଗୁଛି ‘ନାୟକ’ର ଦ୍ୱିତୀୟ ଭାଗ ନିର୍ମାଣ କରିବା ଏକ ଉତ୍ତମ ବିଚାର”। ତେବେ ଚଳଚ୍ଚିତ୍ରର ସୁଟିଂ କେବେଠାରୁ ଆରମ୍ଭ ହେବ ଓ କଳାକାରଙ୍କ ବିଷୟରେ ଏଯାବତ୍‍ କୌଣସି ସ୍ପଷ୍ଟିକରଣ ମିଳିନାହିଁ।

- Advertisement -

ଉଲ୍ଲେଖଯୋଗ୍ୟ, ରାଜନୈତିକ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘ନାୟକ-ଦି ରିୟଲ ହିରୋ’ ଏସ୍‍. ଶଙ୍କରଙ୍କ ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ‘ମୁଧଲଭନ୍‍’ର ରିମେକ୍‍ ଥିଲା। ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଅନିଲ କପୁରଙ୍କ ବ୍ୟତୀତ ସ୍ୱର୍ଗତଃ ଅମରେଶ ପୁରୀ ଓ ରାନୀ ମୁଖାର୍ଜୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories