www.samajalive.in
Tuesday, December 9, 2025
16.1 C
Bhubaneswar

ନୟାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ଶେଷ, ଶିଶୁ ଦିବସରେ ହେବ ଉଦ୍‍ଘାଟନ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ନୟାଗଡଠାରେ ରହିଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନୟାଗଡକୁ ବିଭାଗ ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଦ୍ରୁତ ବିକାଶ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସ୍କୁଲଟି ଗାନ୍ଧୀ ଜୟନ୍ତୀ ଅବସରରେ ବିଭାଗ ପକ୍ଷରୁ ଉଦ୍‍ଘାଟନ କରିବା ପାଇଁ ସ୍ଥିର ହୋଇଥିଲା କିନ୍ତୁ କ୍ରମାଗତ ଲଘୁଚାପ ବର୍ଷା ଲାଗି ରହିବାରୁ କାର୍ଯ୍ୟଗୁଡିକ ଠିକ୍‍ ସମୟରେ ଶେଷ ହେବାର ଅନିଶ୍ଚିତତା ଦେଖା ଦେଇଥିବାରୁ ବିଭାଗ ପକ୍ଷରୁ ଏହାକୁ ନଭେମ୍ବର ୧୪ ଶିଶୁ ଦିବସ ଦିନ ସ୍କୁଲଗୁଡିକର ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଛନ୍ତି। ନୟାଗଡ ସ୍କୁଲ ରୂପାନ୍ତରୀ କରଣ ହେବା ପରେ ଏବେ ଶିକ୍ଷକ ମାନଙ୍କଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସ୍କୁଲର ନବକଳେବର ଦେଖି ବିଦ୍ୟାଳୟରେ ନିଜ ନିଜ ପିଲା ମାନଙ୍କ ନାମ ବିଦ୍ୟାଳୟରେ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବାରୁ ପିଲାଙ୍କ ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେଉ ନ ଥିଲେ। ବର୍ତ୍ତମାନ ବିଦ୍ୟାଳୟକୁ ସରକାର ଏପରୀ ଭାବରେ ସଜାଇ ଦେଇଛନ୍ତି ଯେ ଯେଉଁ ଅଭିଭାବକ ତାଙ୍କ ପିଲାଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରିଛନ୍ତି ସ୍କୁଲର ରୂପରେଖ ଦେଖି ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହକୁ ନୂତନ ଭାବରେ ସଜାଇବା ସହିତ ସ୍କୁଲ ପରିସର ମଧ୍ୟରେ ବାଳିକା ମାନଙ୍କ କ୍ରୀଡା ବିକାଶ ନିମନ୍ତେ ଖେଳିବା ପାଇଁ ସ୍ୱତନ୍ତ ପଡିଆର ବ୍ୟବସ୍ଥା ହୋଇଛି, ବିଜ୍ଞାନ ଗୃହ ନିର୍ମାଣ ହୋଇଛି, ସଭାଗୃହ ତା ସହିତ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଶିକ୍ଷଣୀୟ ଛବି କାନ୍ଥରେ ନିର୍ମାଣ ହେବା ସହିତ ପରିବେଶକୁ କିପରି ସ୍ୱଚ୍ଛ ରଖାଯିବ ବିଦ୍ୟାଳୟର ଚାରି ପାଖରେ ଆବର୍ଜନା କୁଣ୍ଡ, ବିଶୁଦ୍ଧ ପାନୀୟ ଜଳ, ଉନ୍ନତମାନର ଶୌଚାଳୟ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ବାଳକମାନଙ୍କ କ୍ରୀଡାରେ ବିକାଶ କରିବା ନିମନ୍ତେ ମଧ୍ୟ ସ୍ୱତନ୍ତ ଖେଳ ପଡିଆର ବ୍ୟବସ୍ଥା କରାଯାଇଛି। ସରକାର ସ୍କୁଲର ସୌନ୍ଦର୍ଯ୍ୟକରଣ କରିବା ସହିତ ପ୍ରଜେକ୍ଟର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି। ସେହିପରି ସ୍କୁଲ ପରିବେଶକୁ ଅଧିକ ଆକର୍ଷତ କରିବା ପାଇଁ ସ୍କୁଲ ପରିସର ମଧ୍ୟରେ ଜାତି ଜାତିର ଫୁଲ ଗଛ, ସୁନ୍ଦରତା ବଢାଇବା ପାଇଁ ବିଭିନ୍ନ ପ୍ରକାର ଗଛ ଲାଗିଥିବା ଦେଖିବାକୁ ମିଳିଛି। ଏହି ସ୍କୁଲ ପରିସର ମଧ୍ୟରେ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କିପରି ସଠିକ ଭାବରେ ଶିକ୍ଷାଦାନ କରି ପାରିବେ ତାର ସମସ୍ତ ବ୍ୟବସ୍ଥା ରୂପାନ୍ତରୀ କରଣ କରିବା ସମୟରେ ବିଭାଗୀୟ ଅଧିକାରୀ ମାନେ କରିଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟ ଭାବରେ ଗଢିବା ପାଇଁ ଅଭିଜ୍ଞ ଶିକ୍ଷକ/ଶିକ୍ଷୟତ୍ରୀମାନେ ବିଦ୍ୟାଳୟରେ ପହଞ୍ଚି ପିଲା ମାନଙ୍କୁ ଆଜି ଦେଶର ତଥାର ମୁଖ୍ୟ ଖବର ସମ୍ପର୍କରେ ଅବଗତ କରିବା ସହିତ ପ୍ରତିଦିନ ନୂଆ ନୂଆ ଚିନ୍ତାକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ସରସ ସୁନ୍ଦର ଭାବେ ଗଢିବା ଦିଗରେ ବିଶେଷ ଭାବେରେ ବିଡିଓ ବିଜୟ କୁମାର ନାୟକ, ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁ, ଯନ୍ତ୍ରୀ ପ୍ରଦୀପ କୁମାର ପଟ୍ଟନାୟକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକମାନେ ବିଶେଷ ଭାବେରେ ସହଯୋଗ ରହିଥିବାରୁ ଆଜି ବିଦ୍ୟାଳୟର ରୂପରେଖ ନୂଆ ହୋଇପାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories