www.samajalive.in
Monday, December 8, 2025
24.1 C
Bhubaneswar

ବନ୍ଦ ଘରୁ ମିଳିଲା ମୃତଦେହ: ଝିଅକୁ ମାରି ବାପାର ଆତ୍ମହତ୍ୟା!

ନୟାଗଡ: ନୟାଗଡରେ ଚାଞ୍ଚଲ୍ୟକର ଘଟଣା। ବନ୍ଦ ଘରୁ ବାପା, ଝିଅଙ୍କ ମୃତଦେହ ଉଦ୍ଧାର। ଦେବୋତ୍ତର ଲେନ୍ ୪ରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ମୃତକ ହେଲେ ପୁଲକ ବିଶ୍ଵାଳ ଏବଂ ତାଙ୍କ ୫ ବର୍ଷର ଝିଅ ପଲକ। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ପୁଲିସ୍ ମୃତଦେହ ଉଦ୍ଧାର କରିଛି। ବାପାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଝିଅର ମୃତଦେହ ବେଡ୍ ଉପରୁ ମିଳିଛି। ଝିଅକୁ ଖାଦ୍ୟରେ ବିଷ ​‌ଦେବା ପରେ ପୁଲକ୍ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି। ମିଳିଥିବା ସୂଚନା ଅନୁସାରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ମାସ ତଳେ ଦ୍ଵିତୀୟ ବିବାହ କରିଥିଲେ ପୁଲକ୍। ତେବେ କାହିଁକି ଜୀବନକୁ ଶେଷ କରିବାର ଚରମ ନିଷ୍ପତ୍ତି ନେଲେ ପୁଅ, ପାରିବାରିକ ଅଶାନ୍ତି ନା ଅନ୍ୟ କୌଣସି କାରଣ ପାଇଁ ଆତ୍ମହତ୍ୟା କଲେ , ସେ ନେଇ ପୁଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଅଧିକ ଖୋଳତାଡ କରୁଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories