ନୱାଜୁଦ୍ଦିନ ଭାଇଙ୍କ ବିରୋଧରେ ଗୁରୁତର ଅଭିଯୋଗ

0

ମୁଜଫରନଗର : ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଆୟାଜୁଦ୍ଦିନଙ୍କ ବିରୋଧରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଉସୁକାଇବା ଭଳି ଗୁରୁତର ଅଭିଯୋଗ ଆସିଛି। ଆୟାଜୁଦ୍ଦିନ ସାମାଜିକ ଗଣମାଧ୍ୟମରେ ଭଗବାନ ଶିବଙ୍କର ଅଶ୍ଳୀଳ ଫଟୋ ଅପଲୋଡ କରିଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି ବୋଲି କୁହାଯାଇଛି। ବୁଟାନା ଥାନା କୋତବାଲି ଅଞ୍ଚଳର ମୁନିର କ୍ୟୁରେସି ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଭଗବାନ ଶିବଙ୍କ ଅଶ୍ଳୀଳ ଫଟୋ ସେୟାର କରିଥିଲେ ଓ ସେହିି ଫଟୋକୁ ପୁଣି ଥରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ସେୟାର କରିଛନ୍ତି ବୋଲି ଜଣାଯାଇଛି। ବୁଟାନାର ଥାନା ଅଧିକାରୀ ହରିରାମ ଯାଦବ ଏନେଇ କହିଛନ୍ତି ଯେ ହିନ୍ଦୁୂ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଭରତ କୁମାରଙ୍କ ତରଫରୁ ହୋଇଥିବା ଅଭିଯୋଗ ଆଧାରରେ ରବିବାର ସନ୍ଧ୍ୟାରେ ଆୟାଜୁଦିନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମାମଲା ଅନୁସାରେ ଆୟାଜୁଦିନଙ୍କ ଫେସ୍‍ବୁକରେ ଭଗବାନ ଶିବଙ୍କର ଅଶ୍ଳୀଳ ଫଟୋ ସେୟାର କରିଛନ୍ତି। ଏପରି କରି ଆୟାଜୁଦିନ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିଛନ୍ତି। ତେଣୁ ଏ ବାବଦରେ ସେ ଦଣ୍ଡ ପାଇବା ଉଚିତ ବୋଲି ହିନ୍ଦୁ ସଂଗଠନର ହିନ୍ଦୁ ଯୁବା ବାହିନୀ ଦାବି କରିଛି। ଏବାବଦରେ ହିନ୍ଦୁ ଯୁବା ବାହିନୀ କୋତୱାଲିରେ ବିରୋଧ ପ୍ରଦର୍ଶନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛି।

Leave A Reply