www.samajalive.in
Friday, December 12, 2025
27.1 C
Bhubaneswar

ବଳାତ୍କାର ଅଭିଯୋଗରେ ନୌସେନା ଅଧିକାରୀ ଗିରଫ

କୋଟ୍ଟାୟାମ : ଆଠଥର ‘ମିଷ୍ଟର ଇଣ୍ଡିଆ’ ଘୋଷିତ ୩୮ ବର୍ଷ ବୟସ୍କ ନୌସେନା ଅଧିକାରୀ ମୁରଲୀ କୁମାରଙ୍କୁ ବଳାତ୍କାର ଅଭିଯୋଗରେ ପୁଲିସ ଗିରଫ କରିଛି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମୁରଲୀ ତାଙ୍କ ଝିଅକୁ ବଳାତ୍କାର କରିଥିବା ପୀଡ଼ିତାଙ୍କ ପିତା ଅଭିଯୋଗ କରିଛନ୍ତି। ମୁମ୍ବାଇଠାରେ ନୌସେନାର ମୁଖ୍ୟ ପେଟି ଅଧିକାରୀ ଭାବେ ନିଯୁକ୍ତ ମୁରଲୀଙ୍କୁ ଗିରଫ ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ସୂଚନା ଦେଇଛି। ତାଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଅନୁସୂଚୀତ ଜନଜାତି (ଏସ୍‍ସି/ଏସ୍‍ଟି) ଆଇନ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ୨୦ ବର୍ଷ ବୟସ୍କା ପୀଡ଼ିତା କହିଛନ୍ତି, ଗତ ସପ୍ତାହରେ ଏକ ହୋଟେଲକୁ ମୁରଲୀ ତାଙ୍କୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ସେ ତାଙ୍କୁ ବଳାତ୍କାର କରିଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଦୁଇଥର ମିଷ୍ଟ ଏସିଆ ରହିଥିବା ମୁରଲୀ ସାମାଜିକ ଗଣମାଧ୍ୟମରେ ମଧ୍ୟ ମହିଳାଙ୍କୁ ଠକି ଆସୁଥିବା ଜଣାପଡିଛି। ଏହି ଘଟଣା ସମ୍ବନ୍ଧରେ ନୌସେନା ଅଧିକାରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରାଯିବ ବୋଲି ପୁଲିସ ପ୍ରକାଶ କରିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories