www.samajalive.in
Saturday, December 13, 2025
26.1 C
Bhubaneswar

କାମାକ୍ଷା ଦେବୀଙ୍କ ନବରାତ୍ର ପୂଜା

ସମ୍ବଲପୁର: ବିଗତ ୨ ବର୍ଷ ହେବ କରୋନାର ସଙ୍କଟ ଯୋଗୁଁ ବିଧିରକ୍ଷାରେ ସୀମିତ ପର୍ବପର୍ବାଣିଗୁଡିକ କଟକଣା ହଟିବା ପରେ ଚଳିତ ବର୍ଷ ଧୁମଧାମରେ ଆୟୋଜିତ ହେଉଛି। ଏହି କ୍ରମରେ ସମ୍ବଲପୁରର ଉପକଣ୍ଠସ୍ଥ ବହିଦାରନୁଆଁପାଲି ସ୍ଥିତ କାମାକ୍ଷା ମନ୍ଦିରଠାରେ ସୋମବାରଠାରୁ ମା’ କାମାକ୍ଷାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ରବିବାର କୃଷ୍ଣ ଅମାବାସ୍ୟା ତିଥିରେ କାମାକ୍ଷା ଦେବୀଙ୍କ ଧବଳ ମୁଖୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର କଳସ ଯାତ୍ରା ଓ ସ୍ଥାପନା ସହିତ ଶୈଳପୁତ୍ରୀ ପୂଜା ହୋଇଯାଇଛି। ମଙ୍ଗଳବାର ଦ୍ୱିତୀୟା ତିଥି ଉପଲକ୍ଷେ ବ୍ରହ୍ମଚାରିଣୀ ପୂଜା, ତୃତୀୟା ତିଥିରେ ଚନ୍ଦ୍ରଘଣ୍ଟା ପୂଜା ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହୋଇଯାଇଛି। ସେହିଭଳି ଚତୁର୍ଥୀ ତିଥିରେ କୁଷ୍ମାଣ୍ଡା, ପଞ୍ଚମୀ ତିଥିରେ ସ୍କନ୍ଧମାତା, ଷଷ୍ଠୀ ତିଥିରେ କାତ୍ୟାୟନୀ, ମହାସପ୍ତମୀ ତିଥିରେ କାଳରାତ୍ରି, ଭାଇଜିଉଁତିଆ ଓ ଫଳଥୁଆ ବ୍ରତ ପୂଜା, ମହା ଅଷ୍ଟମୀ ତିଥିରେ ମହାଗୌରୀ ପୂଜା ଓ ସନ୍ଧି ପୂଜା, ମହାନବମୀ ତିଥିରେ ସିଦ୍ଧିଦାତ୍ରୀ ପୂଜା, ୫ ତାରିଖ ବିଜୟଦଶମୀ ତିଥିରେ ମାଁ କାମାକ୍ଷା ଦେବୀଙ୍କ ଅପରାଜିତା ପୂଜା ଓ ୯ ତାରିଖରେ କୁମାରପୂର୍ଣ୍ଣିମା ତିଥିରେ ରାଜରାଜେଶ୍ୱରୀ ବେଶ ଓ ଧ୍ୱଜାରୋହଣ ହେବ। ଏଥିସହ ନବରାତ୍ର ଉପଲକ୍ଷେ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କୁ ଅନ୍ନଭୋଗ ବଣ୍ଟନ କରାଯିବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories