ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗିଠାରେ ଥିବା ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ସଭାଗୃହ ପରିସରରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅଧ୍ୟକ୍ଷ ପୀତବାସ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅଧ୍ୟକ୍ଷ ପ୍ରହରାଜ ବିବରଣୀ ପାଠ କରି ନବୋଦୟ ବିଦ୍ୟାଳୟ ଉପରେ ଆଲୋକପାତ କରିବା ସହ ଆଗାମୀ ଶିକ୍ଷାବର୍ଷରେ ହେବାକୁ ଥିବା ଷଷ୍ଠଶ୍ରେଣୀ ପ୍ରବେଶିକା ପରୀକ୍ଷା ଏବଂ ପଞ୍ଜୀକରଣ ବୃଦ୍ଧି ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ନୂତନ ଅଭିଭାବକ ଶିକ୍ଷକ ସମିତି ଗଠନ ପାଇଁ ନିଷ୍ପତ୍ତି ନିଆଯାଇ ଜିଲ୍ଲାର ୧୦ ଜଣ ଅଭିଭାବକ ଓ ୫ ଜଣ ଅଧ୍ୟାପକଙ୍କୁ ନୂତନ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ପୂର୍ବ ଏବଂ ନୂତନ କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟରେ ପିଲାଙ୍କୁ ମୋବାଇଲ ବାରଣ କରିବା ସହ ଅଭିଭାବକମାନେ ପିଲାଙ୍କୁ ମୋବାଇଲ ନ ଦେବାକୁ ଆଲୋଚନା ହୋଇଥିଲା। ଅଧ୍ୟାପକ ଅଭିମନ୍ୟୁ ଭଟ୍ଟ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।
Popular Categories



