www.samajalive.in
Friday, December 12, 2025
15.1 C
Bhubaneswar

ଓଡିଶାବାସୀ ବାଛିବେ ପରବର୍ତ୍ତୀ ଉତ୍ତରାଧିକାରୀ.- ନବୀନ

ଭୁବନେଶ୍ୱର .- ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଛି । ସାରା ଦେଶରେ ମୋଦୀ ସୁନାମୀ ଦେଖାଦେଇଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ବିଜେଡି ବେଶ୍‌ ଭଲ ପ୍ରଦର୍ଶନ କରିଛି । ହେଲେ ଲୋକସଭା ନିର୍ବାଚନରେ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିଛି । ପୂର୍ବାପେକ୍ଷା ବିଜେପି ୭ଟି ଅଧିକ ଆସନ, ମୋଟ ୮ଟି ଆସନରେ ବିଜୟ ଲାଭ କରିଛି । ମାତ୍ର ବିଧାନସଭା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି। ସମସ୍ତ ଅଟକଳ ଓ ଜନମତ ସର୍ବେକ୍ଷଣ ଏଥିରେ କାଟ ଖାଇଛି। ରାଜନୈତିକ ସମୀକ୍ଷକଙ୍କ ପୂର୍ବାନୁମାନ ଅନେକାଂଶରେ ଭୁଲ ହୋଇଛି ।

ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଣ୍ଡିଆ ଟୁଡେ ଗ୍ରୁପକୁ ଏକ ସାକ୍ଷାତକାର ଦେଇଛନ୍ତି । ସେ ନିର୍ବାଚନର ସଫଳତାପାଇଁ ରାଜ୍ୟର ମହିଳାମାନଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେଇଛନ୍ତି ।
ବିଜେପିର ଲୋକସଭା ଆସନରେ ବିପୁଳ ବିଜୟ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ସେହି ଦଳ ବେଶ୍‌ ଭଲ ପ୍ରଦର୍ଶନ କରିଥିବା କଥା କହିଛନ୍ତି ।

- Advertisement -

ଓଡିଶାରେ ଲୋକାଭିମୁଖୀ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଥିଲା , ଲୋକଙ୍କର ବିକାଶ ଉପରେ ଧ୍ୟାନ ଦିଆଯାଇଥିଲା । ଏଥିପାଇଁ ରାଜ୍ୟବାସୀ ବିଜେଡିକୁ ଭୋଟ ଦେଲେ ବୋଲି ନବୀନ ସୂଚନା ଦେଇଛନ୍ତି ।

ଓଡିଶା ସରକାର କେନ୍ଦ୍ର ସରକାରଙ୍କ ସହ ମିଶିକରି କାମ କରିବାରେ ବିଶ୍ୱାସ କରନ୍ତି ବୋଲି ସେ କହିଛନ୍ତି । କଂଗ୍ରେସ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିନାହିଁ , ସେହି ଦଳକୁ ଅଧିକ ପରିଶ୍ରମ କରିବାର ଅଛି ବୋଲି ସେ ସୂଚନା ଦେଇଛନ୍ତି ।

ବିଜେପି ଏବେ ଭଲ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛି । ସେମାନେ ଭଲ ରଣନୀତି କରୁଛନ୍ତି ବୋଲି ନବୀନ କହିଛନ୍ତି ।

ବିଜେଡି ଏବେ ଉତ୍ତରାଧିକାରୀ ଚୟନ କରି ନାହିଁ , ଯେତେବେଳେ ଦରକାର ହେବ ରାଜ୍ୟବାସୀ ଉତ୍ତରାଧିକାରୀ ଚୟନ କରିବେ ବୋଲି ସେ କହିଛନ୍ତି ।

ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାକୁ ସମର୍ଥନ କରିଛି । ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିଜେଡିର ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ଦଳର ସୁପ୍ରିମୋ ସବୁକଥା ପରିଷ୍କାର କରିଛନ୍ତି ବୋଲି ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories