www.samajalive.in
Sunday, December 7, 2025
14.1 C
Bhubaneswar

ମୁଁ ଆପଣମାନଙ୍କ ସହ ରହିଛି, ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରୁଥିବି; ମୁଖ୍ୟମନ୍ତ୍ରୀ

ବରଗଡ଼ : ମୁଁ ଆପଣମାନଙ୍କ ସହ ରହିଛି, ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରୁଥିବି ବୋଲି ମୁଖ୍ୟମନ୍ତ୍ରୀ ବରଗଡ଼ର ଅତାବିରା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ କହିଛନ୍ତି। ଜୟ ଜଗନ୍ନାଥ ଓ ଜୁହାର କହି ସେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ ନିଜ ଭାଷଣରେ କହିଛନ୍ତି, ଏମଏସପି ଦୁଇଗୁଣ କରାଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା, ଦୀର୍ଘ ଦିନ ଧରି ଅପେକ୍ଷା କରିବା ସହ ଚିଠି ଲେଖିବା ପରେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ। ଦୁଇ ବର୍ଷ ଅପେକ୍ଷା କରିବା ପରେ ସମସ୍ୟା ଜଣାଇବାକୁ ଚାଷୀ ଓ ମନ୍ତ୍ରୀ ଦିଲ୍ଲୀ ଗଲେ ମଧ୍ୟ କେନ୍ଦ୍ର ସରକାର ତାଙ୍କ ପାଇଁ ୨ ମିନିଟ ସମୟ ଦେଲେ ନାହିଁ। କେନ୍ଦ୍ରରେ ୨ ଜଣ ଓଡ଼ିଆ ମନ୍ତ୍ରୀ ଥାଇ ସୁଦ୍ଧା ନିରବ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କଲେ ମଧ୍ୟ ମୁଁ ଥିବା ଯାଏଁ ଏହି ଯୋଜନାକୁ ବନ୍ଦ କରିପାରିବେ ନାହିଁ। ଜଣେ ବି ଚାଷୀ ଏଥିରୁ ବଞ୍ଚିତ ହେବେନି। କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ରକୁ କହିଥିଲୁ। ମାତ୍ର ଏଥିରେ ସେ ଚୁପ ରହିଲେ। ଏବେ ଭୋଟ ପାଇଁ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories