ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନିର୍ବାଚନ କ୍ଷେତ୍ର ବନାରସଠାରେ ପ୍ରୟାଗରାଜରୁ ହଲଦିଆ ମଧ୍ୟରେ ଜାତୀୟ ଜଳପଥକୁ ଉଦଘାଟନ କରିଛନ୍ତି। ମଲ୍ଟି ମଡେଲ ଟାର୍ମିନାଲକୁ ମୋଦୀ ଉଦଘାଟନ କରିବା ଦ୍ୱାରା ଏହି ଜଳପଥ ଯେଉଁ ଯେଉଁ ରାଜ୍ୟ ଦେଇ ଗତି କରିବ ଉକ୍ତ ରାଜ୍ୟଗୁଡ଼ିକରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଉନ୍ନତି ହେବ। କାରଣ ରାଜପଥଠାରୁ ଜଳପଥରେ ପରିବହନଠାରୁ ଗମନାଗମନ ଶସ୍ତା ହେବା ସହ ଶୀଘ୍ର ହେବ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀ ଦେଶରେ ପ୍ରଥମ ଥର ପାଇଁ ଜାତୀୟ ଜଳପଥର ଉଦଘାଟନ କରି ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ପ୍ରୟାଗରାଜଠାରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ଲମ୍ବିତ ଜାତୀୟ ଜଳପଥ ବ୍ୟବସାୟର ନୂଆ ସମ୍ଭାବନା ଭାବେ ସାମ୍ନାକୁ ଆସିବ। ମୋଟ୍ ୧୬୨୦କିମି ଜଳପଥ ଦେଶର ସବୁଠାରୁ ବଡ଼ ଜଳମାର୍ଗ ଭାବେ ସ୍ଥାନିତ ହୋଇଛି। ଏହି ପଥ ଦେଇ ସ୍ୱାଧୀନତା ପୂର୍ବରୁ ଇଂରେଜମାନେ ଗମନାଗମନ କରୁଥିଲେ। ପରବର୍ତ୍ତୀ ସମୟରେ ଏହି ଜଳପଥ ଅବହେଳିତ ହୋଇଯାଇ ଥିଲା। ଦେଶବାସୀ ଗମନାଗମନ ଓ ପରିବହନ ପାଇଁ ରାଜପଥ ଓ ଟ୍ରେନ ଉପରେ ଅଧିକ ନିର୍ଭର କରିବାକୁ ଲାଗିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାତୀୟ ଜଳପଥର ନିର୍ମାଣ ଫଳରେ ସ୍ୱଳ୍ପ ମୂଲ୍ୟରେ ପରିବହନ ଓ ଗମନାଗମନ ହୋଇ ପାରିବ। ଫଳରେ ଏହାର ପ୍ରଭାବ ଉତ୍ପାଦନର ବଜାର ମୂଲ୍ୟ ଉପରେ ସିଧାସଳଖ ପଡ଼ିବ ଏଥିରେ ସନ୍ଦେହ ନାହିଁ।
ଇଂରେଜ ଅମଳରେ ଥିବା ଏହି ଜଳପଥକୁ ୧୯୮୬ରେ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରାଯାଇ ଥିଲା। ସେତେବେଳେ ଏହ୍ଲାବାଦରୁ ହଳଦୀଆ କାହିଁକି ଓଡ଼ିଶାର ମହାନଦୀରୁ ହଳଦୀଆ ପର୍ଯ୍ୟନ୍ତ ଜଳପଥକୁ ମଧ୍ୟ ପୁନରୁଦ୍ଧାର କରିବାର କାର୍ଯ୍ୟକ୍ରମ ଥିଲା। ଇଂରେଜ ଅମଳରେ ଏହି ପଥରେ ଗମନାଗମନ ଓ ପରିବହନ ହେଉଥିଲା। ଏହି ଜଳପଥ ନିର୍ମାଣ ହୋଇଥିଲେ ଓଡ଼ିଶାର ଗମନାଗମନ, ପରିବହନ ଓ ଜଳସେଚନ କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଥାନ୍ତା। ତେବେ କୌଣସି କାରଣରୁ ଏହି କାର୍ଯ୍ୟ ଅଧାରେ ଅଟକି ଯାଇଥିଲା। ମହାନଦୀ, ବୈତରଣୀ,ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀକୁ ସଂଯୋଗ କରି ନିର୍ମାଣ ହେବାକୁ ଥିବା ଜଳପଥ ପଶ୍ଚିମବଙ୍ଗର ଗଙ୍ଗା ସହ ସଂଯୋଗ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ବାରଣସୀରେ ମୋଦୀ ତାଙ୍କ ପ୍ରତିଶ୍ରୁତି ମୁତାବକ ଏହାକୁ ପୁଣି ଥରେ କାର୍ଯ୍ୟକାରୀ କରିଛନ୍ତି। ଏହି ଜଳପଥ ୪ଟି ରାଜ୍ୟକୁ ସଂଯୋଗ କରୁଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶ ଏହି ଜଳପଥ ଦ୍ୱାରା ଲାଭାନ୍ୱୀତ ହେବେ। ୪ଟି ରାଜ୍ୟରେ ଗମନାମଗମନ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ମୋଟ୍ ୨୦ଟି ଟାର୍ମିନାଲ ନିର୍ମାଣ କରାଯାଇଛି। ୨୦ଟି ଟାର୍ମିନାଲ ମଧ୍ୟରୁ ୧୮ଟି ଟାର୍ମିନାଲ ପାଣି ଉପରେ ଭାସମାନ ଅବସ୍ଥାରେ ନିର୍ମାଣ କରାଯାଇଛି। ଏହି ଜଳପଥରେ ୧୨ଲକ୍ଷ ଟନ ପାଣି ସଞ୍ଚୟ କରାଯାଇ ପାରିବ।
ଏଠାରେ ସୂଚନା ଯୋଗ୍ୟ କେନ୍ଦ୍ର ସରକାର ୱାଟର ୱେ ଆକ୍ଟ ୨୦୧୬ ଅନୁଯାୟୀ ଦେଶର ୧୧୧ଟି ଜଳମାର୍ଗକୁ ନ୍ୟାସନାଲ ୱାଟର ୱେ ଘୋଷଣା କରିଛନ୍ତି। ମୋଟ୍ ୧୪ହଜାର ୫୦୦କିମି ଦୂରତାରେ ନିର୍ମିତ ଏହି ୱାଟର ୱେର ଅଧିକାଂଶ ଇଂରେଜ ଅମଳରେ କାର୍ଯ୍ୟକାରୀ ଥିଲା। ଏହି ଜଳମାର୍ଗ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ୬୦ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ଏହି ଜଳମାର୍ଗ ଦ୍ୱାରା ବ୍ୟବସାୟୀମାନେ ଗୋଟିଏ ନଦୀରୁ ଅନ୍ୟ ନଦୀ ଦେଇ ଦେଶର ବିଭିନ୍ନ ରାଜ୍ୟରେ ପହଞ୍ôଚବା ସହ ଭାରତ, ବାଂଲାଦେଶ,ଚୀନ, ନେପାଳ, ଭୁଟ୍ଟାନ, ମିଆାଁମାର, ଥାଇଲ୍ୟାଣ୍ଡ ସମେତ ଅନ୍ୟାନ୍ୟ ଦକ୍ଷିଣ ଏସିଆ ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟ ଓ ଗମନାଗମନର ବାଟ ଖୋଲିଯିବ।
ଆଜିଠୁ ଜାତୀୟ ଜଳପଥ ଆରମ୍ଭ: ଓଡ଼ିଶା ଅବହେଳିତ
Popular Categories



