ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ପାଳନ ଅବସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଉପସ୍ଥିତ ରହି ୨୦୧୨ ମସିହାରୁ ପାଳିତ ହୋଇ ଆସୁଥିବା ଜାତୀୟ କ୍ରୀଡା ଦିବସର ମହତ୍ବ ସଂପର୍କରେ ଆଲୋକପାତ କରିଥିଲେ।
ଛାତ୍ର ଜୀବନକୁ ଶୃଙ୍ଖଳିତ କରିବାରେ କ୍ରୀଡାର ଭୂମିକା ରହିଛି ବୋଲି ମହାବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ଡକ୍ଟର ରଞ୍ଜନ କୁମାର ସ୍ଵାଇଁ ପ୍ରକାଶ କରିଥିଲେ।ଏହି ଅବସରରେ ଶିକ୍ଷା ବିଭାଗର ମୁଖ୍ୟ ଗୌତମ ନାଏକ, ଇଂରାଜୀ ବିଭାଗର ଅଧ୍ୟାପକ ସୁଶାନ୍ତ କୁମାର ମାଝୀ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମହା ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଅଭିମନ୍ୟୁ ଦଳବେହେରାଙ୍କ ତତ୍ବାବଧାନରେ ଭଲି ବଲ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।ଏଥିରେ ବିଜୟୀ ଏବଂ ଦିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ପୁରସ୍କୃତ କାରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ଅଧ୍ୟାପକ ଡାଃ ଗୋକୁଳାନନ୍ଦ ପାତ୍ର ସଂଯୋଜନା କରିଥିବା ବେଳେ କ୍ରୀଡା ପ୍ରଶିକ୍ଷକ ଶ୍ରୀ ଦଳବେହେର। ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.