www.samajalive.in
Sunday, December 14, 2025
19.1 C
Bhubaneswar

ଟିକାବାଲିରେ ଜାତୀୟ ପ୍ରେସ ଦିବସ ପାଳିତ

ଟିକାବାଲି : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକରେ ଗଣମାଧ୍ୟମ ସଂଘ ଦ୍ବାରା ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେପି ରାଜ୍ୟ ଅନୁସୂଚିତ ଉପସଭାପତି ରାମବିଶ ଦିଗାଲ ଯୋଗଦେଇ ବର୍ତ୍ତମାନ ସମାଜରେ ଗଣମାଧ୍ୟମର ଭୂମିକା ଏବଂ ଗଣତନ୍ତ୍ରରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ଭାବେ ତାହାର ଭୂମିକା ଉପରେ ଗୁରୁତ୍ୱ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ମୂଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନେ ଅଞ୍ଚଳର ସମସ୍ୟା ଭିତ୍ତିକ ଖବର ପ୍ରସାରଣ କରିବା ସହ ଜନସାଧାରଣଙ୍କ ଏବଂ ପ୍ରସାସନର ଯୋଗସୂତ୍ର ଭାବେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଜିଲ୍ଲା କଂଗ୍ରେସ ଯୁବ ସଭାପତି ଚନ୍ଦନ ପଣ୍ଡା, ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବରିଷ୍ଠ ବିଜେପି ନେତା ପ୍ରକାଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାମ୍ବାଦିକ ଜଶେଫ ଦିଗାଲ ଏହି କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜାତୀୟ ପ୍ରେସ ଦିବସ ସଂପର୍କରେ ଅଭିଭାଷଣ ରଖିଥିଲେ ସାମ୍ବାଦିକ ଆକୁଳାନନ୍ଦ ଦିଗାଲ ଏବଂ ସହଯୋଗ କରିଥିଲେ ସାମ୍ବାଦିକ ଗଣେଶ ବେହେରା,ସାମ୍ବାଦିକ ରମେଶ ପଣ୍ଡା। ଶେଷରେ ସାମ୍ବାଦିକ ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଏବଂ ଜନସାଧାରଣ ଉପସ୍ଥି ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories