www.samajalive.in
Saturday, December 6, 2025
19.1 C
Bhubaneswar

ଜାତୀୟ ପୁଲିସ ସ୍ମାରକୀ ଉଦଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜାତୀୟ ପୁଲିସ୍‍ ସ୍ମାରକୀ ଲୋକାର୍ପିତ କରିଛନ୍ତି। ଆଜି ପୁଲିସ୍‍ ଶହୀଦ ଦିବସ ଅବସରରେ ଦେଶ ସ୍ୱାଧୀନ ହେବା ପରଠାରୁ ଶହିଦ୍‍ ହୋଇଥିବା ପୁଲିସ୍‍ ଯବାନମାନଙ୍କ ବଳିଦାନକୁ ସ୍ମରଣ କରି ଏହି ସ୍ମାରକୀ ନିର୍ମାଣ କରାଯାଇଛି। ଶହୀଦ୍‍ ମାନଙ୍କ ପ୍ରତି ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦି କହିଥିଲେ, ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ଭୟ ଓ ଅସୁରକ୍ଷିତ ବାତାବରଣ ପାଇଁ ଷଡଯନ୍ତ୍ର କରିଥିବା ତତ୍ତ୍ୱଗୁଡ଼ିକୁ ପୁଲିସ ବାହିନୀ ପଣ୍ଡ କରିଛି। ଜମ୍ମୁ ଓ କାଶ୍ମୀରରେ ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ଏବଂ ଆତଙ୍କବାଦ ବିରୋଧରେ ସଂଗ୍ରାମ କରି ପ୍ରାଣ ବଳି ଦେଇଥିବା ଯବାନମାନଙ୍କୁ ଆଜିର ଦିନରେ ସ୍ମରଣ କରାଯାଉଛି। ମାଓପ୍ରବଣ ଅଞ୍ଚଳରେ ନିଜର କର୍ତ୍ତବ୍ୟ ସଂପାଦନ ସମୟରେ ପ୍ରାଣବଳି ଦେଇଥିବା ପୁଲିସ୍‍ ଯବାନମାନଙ୍କୁ ଆଜି ସ୍ମରଣ କରିବାପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ବିପର୍ଯ୍ୟୟ ସମୟରେ ରିଲିଫ୍‍ ପ୍ରଦାନ ଓ ଉଦ୍ଧାର କାର୍ଯ୍ୟରେ ପ୍ରଶଂସନୀୟ ଅବଦାନ ପାଇଁ ପୁଲିସ୍‍ ଓ ଅର୍ଦ୍ଧସାମରିକ ଯବାନମାନଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କ ନାମରେ ବାର୍ଷିକ ପୁରସ୍କାର ପ୍ରଦାନ କରାଯିବା ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ବିରୋଧୀ ଦଳକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଏହି ସ୍ମାରକୀ ନିର୍ମାଣ କରିବାପାଇଁ ଦେଶ ସ୍ୱାଧୀନତା ପରେ ୭୦ ବର୍ଷ କାହିଁକି ଲାଗିଲା ? ପୂର୍ବ ସରକାର ଯଦି ପ୍ରକୃତରେ ଇଚ୍ଛା କରିଥା’ନ୍ତେ, ଏହି ସ୍ମାରକୀ ବହୁ ଦିନ ପୂର୍ବରୁ ନିର୍ମାଣ ହୋଇ ପାରିଥାନ୍ତା। ୬ ଏକରରୁ ଅଧିକ ଅଞ୍ଚଳରେ ଶାନ୍ତିପଥର ଶେଷ ଭାଗରେ ଉତ୍ତରକୁ ଚାଣକ୍ୟପୁରୀରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି। ୩୪ ହଜାର ୮୪୪ ଜଣ ଶହିଦ୍‍ ପୁଲିସ୍‍ ଯବାନ୍‍ଙ୍କ ନାମ ବୀରତ୍ୱର ପ୍ରାଚୀରରେ ଗ୍ରାନାଇଟ୍‍ରେ ଲେଖାଯାଇଛି। ଏହି ଅବସରରେ ଶ୍ରୀ ମୋଦି ପୁଲିସ୍‍ ସଂଗ୍ରହାଳୟକୁ ମଧ୍ୟ ଲୋକାର୍ପିତ କରିଛନ୍ତି। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ଚୀନ୍‍ ସୈନ୍ୟବାହିନୀ ଦ୍ୱାରା ଲଦାଖ୍‍ର ଉଷ୍ଣପ୍ରସ୍ରବଣ ନିକଟରେ ହତ୍ୟା କରାଯାଇଥିବା ଶହିଦ୍‍ ପୁଲସ୍‍ ଯବାନଙ୍କ ସ୍ମୃତିରେ ଆଜି ପୁଲିସ୍‍ ଶହୀଦ ଦିବସ ପାଳନ କରାଯାଉଛି। ଜାତୀୟ ପୁଲିସ୍‍ ସଂଗ୍ରହାଳୟ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍‍ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସଙ୍ଗଠନଗୁଡ଼ିକର ପ୍ରତିନିଧିତ୍ୱ କରୁଛି।
ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ବିଜେପି ନେତା ଲାଲ୍‍କୃଷ୍ଣ ଆଡ଼ଭାନୀ, ସ୍ୱରାଷ୍ଟ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓ ହଂସରାଜ ଅହିର୍‍, ସ୍ୱରାଷ୍ଟ୍ର ସଚିବ ରାଜୀବ୍‍ ଗୌବା, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟ ପ୍ରମୁଖ ଶହୀଦ୍‍ ପୁଲିସମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି। ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶ ରାଜୀବ ଜୈନ୍‍ କର୍ତ୍ତବ୍ୟ ସମୟରେ ପ୍ରାଣବଳି ଦେଇଥିବା ପୁଲିସ୍‍ ଯବାନମାନଙ୍କ ନାମ ପଢ଼ି ଶୁଣାଇଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories