www.samajalive.in
Saturday, December 6, 2025
26.1 C
Bhubaneswar

ସିଏମ ହେବା ପରେ କମଳନାଥ ମଧ୍ୟପ୍ରଦେଶରେ ସ୍ଥାନୀୟ ନିଯୁକ୍ତିକୁ ନେଇ ନିର୍ଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ କମଳନାଥ ଶିଳ୍ପ ସଂସ୍ଥାଙ୍କୁ ୭୦ ପ୍ରତିଶତ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପାଳନ କରୁଥିବା ଶିଳ୍ପସଂସ୍ଥାଙ୍କୁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ। ମଧ୍ୟପ୍ରଦେଶ ସରକାରଙ୍କ ଏଭଳି ନୀତି ଅନୁଯାୟୀ ୭୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ପଡ଼ିବ। ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟପ୍ରଦେଶରେ ନିଯୁକ୍ତି ପାଇଁ ବିହାର ଓ ଉତ୍ତରପ୍ରଦେଶରୁ ଯୁବକ ଆସିବା ସହ କାମ କରୁଛନ୍ତି। ଏହା ଦ୍ୱାରା ମଧ୍ୟପ୍ରଦେଶରେ ବେକାରୀ ସମସ୍ୟା ବଢିବାରେ ଲାଗିଛି। ସ୍ଥାନୀୟ ଯୁବାବର୍ଗ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି।
ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା କ୍ଷଣି କମଲନାଥ କୃଷକଙ୍କ ଋଣଛାଡ଼ ଫାଇଲରେ ହସ୍ତାକ୍ଷର କରିଛନ୍ତି। ଏହି ରାଜ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ କୃଷକଙ୍କୁ ଋଣଛାଡ଼ ପ୍ରକ୍ରିୟା ୧୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଷ୍ଟ୍ରୀୟ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ଦ୍ୱାରା କୃଷକଙ୍କୁ ସର୍ବାଧିକ ୨ଲକ୍ଷ ଟଙ୍କାର ଋଣ ଛାଡ଼ କରିଛନ୍ତି ମଧ୍ୟପ୍ରଦେଶ ସରକାର। ସେହିପରି କନ୍ୟା ବିବାହ ଯୋଜନାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉ ଥିବା ଅର୍ଥକୁ ବୃଦ୍ଧି କରି ୫୧ହଜାର କରିଛନ୍ତି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories