ଆଜମ ଖାନଙ୍କ ୱାଇ କ୍ୟାଟେଗୋରି ସିକ୍ୟୁରିଟି ପ୍ରତ୍ୟାହାର
ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବରିଷ୍ଠ ନେତା ଆଜମ ଖାନଙ୍କୁ ଦିଆଯାଇଥିବା ୱାଇ ବର୍ଗ ସିକ୍ୟୁରିଟିକୁ ଉତ୍ତରପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଲକ୍ଷ୍ନୌ ସୁରକ୍ଷା ମୁଖ୍ୟାଳୟରୁ ପାଇଥିବା ଏକ ଚିଠି ଅନୁସାରେ, ଆଜମଙ୍କୁ ୱାଇ ବର୍ଗର ସୁରକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଚିଠି ଅନୁଯାୟୀ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାମପୁରର ଅତିରିକ୍ତ ପୁଲିସ ଅଧୀକ୍ଷକ ସାନସର ସିଂ।
Comments are closed.