ଚଣ୍ଡିଗଡ : ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତିରେ ସୁଧାର ଏ ପର୍ଯ୍ୟନ୍ତ ଆସିନାହିଁ। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଫେଲ୍ ମାରିଛି। ଅଗଷ୍ଟ ୯ ଅର୍ଥାତ୍ ଆଜି ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ନୁହ ଜିଲା ମାଜିଷ୍ଟ୍ରେଟଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଫଳରେ ଲୋକମାନେ ଅତି ଆବଶ୍ୟକ ଜିନିଷପତ୍ର କିଣି ପାରିବେ। ବର୍ତ୍ତମାନ ଅଗଷ୍ଟ ୧୧ ପର୍ଯ୍ୟନ୍ତ ନୁହ ଜିଲାରେ ଇଣ୍ଟରନେଟ୍ ଏବଂ ଏସଏମଏସ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
Popular Categories



