www.samajalive.in
Thursday, December 11, 2025
18.1 C
Bhubaneswar

ଦେଶରେ କିଏ ସଂଖ୍ୟାଲଘୁ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ସୋମବାର ଜାତୀୟ ସଂଖ୍ୟାଲଘୁ କମିଶନଙ୍କୁ ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ଜାତୀୟ ଜନଗଣନାକୁ ଭିତ୍ତି କରି ୩ମାସ ମଧ୍ୟରେ ଏହି ତାଲିକା ପ୍ରସ୍ତୁତ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସଂଖ୍ୟାଲଘୁର ଅର୍ଥ ଭାରତୀୟ ସମ୍ବିଧାନରେ ବିସ୍ତୃତଭାବେ ବାଖ୍ୟା କରାଯାଇ ନାହିଁ। ଭାରତରେ ମୁସଲିମ, ଖ୍ରୀଷ୍ଟିୟାନ, ଶିଖ୍‍, ବୁଦ୍ଧିଷ୍ଟ, ପାର୍ସି ଓ ଜୈନ ସମ୍ପ୍ରଦାୟଙ୍କୁ ସଂଖ୍ୟାଲଘୁର ମାନ୍ୟତା ମିଳିଛି।
ଜନୈକ ବିଜେପି ନେତାଙ୍କ ଦ୍ୱାରା କୋର୍ଟରେ ହୋଇଥିବା ଆବେଦନକୁ ଶୁଣାଣି କରି ସୁପ୍ରିମ କୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି। ବିଜେପି ନେତାଜଣକ ତାଙ୍କ ଆବେଦନରେ ଭାରତରେ ହିନ୍ଦୁଙ୍କୁ ସଂଖ୍ୟାଗରିଷ୍ଠ ବୋଲି ଦର୍ଶାଯାଉଥିଲେ ମଧ୍ୟ ଦେଶର ଏକାଧିକ ଉତ୍ତର ପୂର୍ବ ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ଅଛନ୍ତି। ଏହି ସବୁ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁର ମାନ୍ୟତା ମିଳୁ ନାହିଁ। ଏପରି କିଛି ରାଜ୍ୟ ରହିଛି ଯେଉଁଠି ହିନ୍ଦୁଙ୍କ ସଂଖ୍ୟା ୫୦ ପ୍ରତିଶତରୁ କମ୍‍ ରହିଛି। ଲାକ୍ଷାଦ୍ୱୀପରେ ହିନ୍ଦୁ ୨.୫ ପ୍ରତିଶତ ରହିଥିବାବେଳେ ମିଜରମରେ ୨.୭୫ ପ୍ରତିଶତ ଅଛନ୍ତି। ନାଗାଲ୍ୟାଣ୍ଡରେ ୮.୭୫ ପ୍ରତିଶତ, ମେଘାଳୟରେ ୧୧.୫୩ ପ୍ରତିଶତ, ଜମ୍ମୁ-କାଶ୍ମୀରରେ ୨୮.୪୪ ପ୍ରତିଶତ ହିନ୍ଦୁ ବସବାସ କରୁଛନ୍ତି। ସେହିପରି ଅରୁଣାଚଳ ପ୍ରଦେଶରେ ୨୯ ପ୍ରତିଶତ, ମଣିପୁରରେ ୩୧.୩୯ ପ୍ରତିଶତ ଓ ପଞ୍ଜାବରେ ୩୮.୪୦ ପ୍ରତିଶତ ହିନ୍ଦୁ ରହିଛି। ଜାତୀୟ ସଂଖ୍ୟାଲଘୁ କମିଶନ ପକ୍ଷରୁ ୩ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ସମ୍ବିଧାନରେ କେବଳ ୬ଟି ସମ୍ପ୍ରଦାୟକୁ ସଂଖ୍ୟାଲଘୁର ମାନ୍ୟତା ମିଳିଥିବାବେଳେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାର ନିୟମ ରହିଛି। ଏହି ନିୟମକୁ ଭିତ୍ତି କରି ୧୫ଟି ରାଜ୍ୟ ଅଦ୍ୟାବଧି ସେମାନଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟ ତାଲିକାରେ ପରିବର୍ତ୍ତନ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories