www.samajalive.in
Wednesday, December 10, 2025
18.1 C
Bhubaneswar

ମହିଳାଙ୍କ ନାମରେ ପଞ୍ଜିକୃତ ହେବ ଗ୍ରାମୀଣ ଆବାସ ଯୋଜନାର ଗୃହ

କୁରୁକ୍ଷେତ୍ର: ଗ୍ରାମୀଣ ଆବାସ ଯୋଜନାରେ ସମସ୍ତ ଗୃହ ମହିଳାଙ୍କ ନାମରେ ପଞ୍ଜିକୃତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୁରୁକ୍ଷେତ୍ରଠାରେ ସ୍ୱଚ୍ଛ ଶକ୍ତି ସମାବେଶକୁ ସମ୍ବୋଧିତ କରିବା ଅବସରରେ ମୋଦୀ କହିଛନ୍ତି ଯେ ଲାଲ କିଲ୍ଲାରୁ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଘୋଷଣା ବେଳେ ଅନେକେ ଏହାକୁ ଗୁରୁତ୍ୱ ଦେଇନଥିଲେ। କିନ୍ତୁ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଉଦ୍ଦିଷ୍ଟ ସ୍ୱଚ୍ଛ ଭାରତ ଅଭିଯାନ ତାର ଲକ୍ଷ୍ୟ ପୂରଣ କରିବାକୁ ଯାଉଛି। ଆଉ କିଛି ଦିନ ପରେ ସୁନ୍ଦର ଶୌଚାଳୟ ପାଇଁ ବିଦେଶୀମାନେ ଭାରତ ପ୍ରତି ଆକୃଷ୍ଟ ହେବେ। ଏହାପରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ନିର୍ମାଣ ହେବାକୁ ଥିବା ସମସ୍ତ ଗୃହ ମହିଳାଙ୍କ ନାମରେ ହିଁ ପଞ୍ଜିକୃତ ହେବ। ମହିଳା ସଶକ୍ତିକରଣ ଦିଗରେ ଏହା ଆଉ ଏକ ବଳିଷ୍ଠ ପଦକ୍ଷେପ ରୂପେ ସାବ୍ୟସ୍ତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଦ୍‍ସାଠାରେ ପ୍ରତିଷ୍ଠିତ ଜାତୀୟ କ୍ୟାନ୍ସର ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ କୁରୁକ୍ଷେତ୍ରରେ ଶ୍ରୀକ୍ରିଷ୍ଣା ଆୟୁଷ ବିଶ୍ୱବିଦ୍ୟାଳୟ, ପଞ୍ଚକୁଳଠାରେ ଜାତୀୟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। କଂଗ୍ରେସର ନାମ ନ ନେଇ ପ୍ରଧାନମନ୍ତ୍ରୀ କହିଲେ ୧୯୪୭ରୁ ହିଁ ଭାରତର ଇତିହାସ ଲେଖାଯାଇଛି ବୋଲି କିଛି ଲୋକ ଭାବୁଛନ୍ତି। ଇତିହାସରେ କେବଳ ସେମାନଙ୍କ ନାମ ହିଁ ରହିଛି। କିନ୍ତୁ ଏବେ ନୂଆ ଇତିହାସ ଲେଖିବାରୁ ସମୟ ଆସିଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories