ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଅଭିଜାତଙ୍କ ନାମରେ ନୋଟିସ ଜାରି ହୋଇଛି। ଅଭିଜାତ ଏକ ଇକୋ ରିସୋର୍ଟ ନିର୍ମାଣ କରୁଛନ୍ତି। ଏଥିପାଇଁ ଜଙ୍ଗଲ ଓ ପରିବେଶ ଆଇନ୍ର ଉଲ୍ଲଂଘନ କରି ବିପୁଳ ପରିମାଣରେ ଗଛ କଟାଯାଇଛି। ତେଣୁ ନିର୍ମାଣ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ନେତ୍ରାଭାଲି ପଞ୍ଚାୟତର ସହପରପଞ୍ଚ ଅଭିଜିତ ଦେଶାଈ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆବେଦନର ବିଚାର କରି ବମ୍ବେ ହାଇକୋର୍ଟଙ୍କ ପାଣାଜି ଖଣ୍ଡପୀଠ ଅଭିଜାତଙ୍କ ନାମରେ ନୋଟିସ ଜାରି କରିଛନ୍ତି। ଏଥିରେ ଗୋଆ ମୁଖ୍ୟ ଶାସନ ସଚିବ, ପରିବେଶ ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆସନ୍ତା ୧୧ ତାରିଖ ସୁଦ୍ଧାର ନୋଟିସର ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ଘଟଣା ପରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।
Popular Categories



