www.samajalive.in
Sunday, December 14, 2025
26.1 C
Bhubaneswar

ରାତିରେ ଡ୍ରୋନ ଉଡାଣକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ: ପୁଲିସ

ନର୍ଲା: ଗତ କିଛି ଦିନ ହେଲା ରାତି ସମୟରେ ଏକ ଡ୍ରୋନ୍ ନର୍ଲା ବ୍ଲକର କିଛି ଗାଁ ଉପରେ ଉଡୁଥିବାକୁ ନେଇ ଲୋକେ ଆତଙ୍କିତ ହେବା ସହ ଅଭିଯୋଗ ମଧ୍ୟ କରିଥିଲେ । ଏପରିକି ଲୋକଙ୍କ ଅଭିଯୋଗ ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ତେବେ ଚାରିଆଡେ ଚୋର ଡକାୟତିର ଏକ ପ୍ରଚାର ବହୁଳ ମାତ୍ରାରେ ହେଉଥିବା କାରଣରୁ ଗ୍ରାମାଞ୍ଚଳର ଲୋକେ ରାତିରେ ଡ୍ରୋନ୍ ଉଡାଣକୁ ଦେଖି ଆତଙ୍କିତ ହୋଇଥିଲେ । ତେବେ ଏ ସଂକ୍ରାନ୍ତରେ ତଦନ୍ତ କରି ପୁଲିସ ଏକ ଡ୍ରୋନକୁ ଜବତ ମଧ୍ୟ କରିସାରିଛି ।

ତଦନ୍ତରେ ଜଣାପଡିଛି ଯେ ଡ୍ରୋନ ମାଲିକ ପରୀକ୍ଷା ମୂଳକ ଭାବେ ଏହାକୁ ଉଡାଉଥିବା ବେଳେ ଉକ୍ତ ଡ୍ରୋନ କୌଣସି ଅପରାଧ ସହିତ ସଂପୃକ୍ତି ନାହିଁ । ଉକ୍ତ ଡ୍ରୋନ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶକ) ଭାରତ ସରକାରଙ୍କ ଠାରେ ପଞ୍ଜିକୃତ ହୋଇଛି । ତେବେ ଉକ୍ତ ଡ୍ରୋନ୍ ରାତିରେ ଉଡାଣ ନକରି ଦିବସରେ କରିବା ପାଇଁ ମାଲିକଙ୍କୁ କଳାହାଣ୍ଡି ପୁଲିସ ପରାମର୍ଶ ଦେଇଛି । ତେବେ ଏଥିରେ କୌଣସି ଭୟଭୀତ ନହେବା ପାଇଁ ନର୍ଲା ବିଧାୟକ ଭୂପିନ୍ଦର ସିଂହ ସୋସିଆଲ ମିଡିଆ ଜରିଆରେ ନିଜ ନିର୍ବାଚନ ମଣ୍ଡଳୀର ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories