www.samajalive.in
Monday, December 8, 2025
13.1 C
Bhubaneswar

ନିର୍ବାଚନ ସରିଲା – ବନ୍ଦ ହେଲା ‘ନମୋ’ ଟିଭି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ମାର୍ଚ୍ଚ ୨୬ରେ ପ୍ରସାରଣ ଆରମ୍ଭ କରିଥିବା ନମୋ ଟିଭିର ପ୍ରସାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ବନ୍ଦ ହୋଇଯାଇଛି। ବିଜେପି କହିଛି, ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନମୋ ଟିଭିକୁ ବନ୍ଦ କରାଯାଇଛି। ୪୮ଘଣ୍ଟା ପୂର୍ବରୁ ମଧ୍ୟ କୌଣସି ରାଜନୈତିକ ବିଜ୍ଞାପନ ଦିଆଯାଇ ନାହିଁ। ଏହି ଚ୍ୟାନେଲକୁ ଟାଟା ସ୍କାଏ, ଭିଡିଓକନ ଏବଂ ଡ଼ିସ ଟିଭି ମାଗଣାରେ ପ୍ରସାରଣ କରୁଥିଲେ ଯେତେବେଳେ କି ବିରୋଧୀ ଏହି ଚ୍ୟାନେଲକୁ ନିର୍ବାଚନ ପ୍ରଚାର ପାଇଁ ଉଦ୍ଦିଷ୍ଟ ବୋଲି କହି ସମାଲୋଚନା କରିଥିଲେ।

ନିର୍ବାଚନ ଆୟୋଗରେ ବିରୋଧୀ ଦଳଗୁଡିକ ପକ୍ଷରୁ ବାରମ୍ବାର ଅଭିଯୋଗ ସତ୍ୱେ ବିଜେପି କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଆୟୋଗ କୌଣସି ପଦକ୍ଷେପ ନେଇ ନ ଥିଲେ। ଏହି ଚ୍ୟାନେଲକୁ ଟାଟା ସ୍କାଏ ପ୍ରଥମେ ନିଉଜ ଚ୍ୟାନେଲ କହୁଥିଲେ ମଧ୍ୟ ପରେ ବିଶେଷ ସେବା ବୋଲି କହିବା ସହ ପ୍ରସାରଣ ଜାରି ରଖିଥିଲା। ଅନ୍ୟପକ୍ଷରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନମୋ ଟିଭିରେ ନିର୍ବାଚନ ସମ୍ବନ୍ଧୀୟ ସାମଗ୍ରୀ ନାମକ କାର୍ଯ୍ୟକ୍ରମ ପ୍ରସାରଣ କରିଥିବାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ନୋଟିସ ଜାରି କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories