www.samajalive.in
Sunday, December 7, 2025
26.1 C
Bhubaneswar

୧୦ ବର୍ଷରେ ଉତ୍ପାଦନ, ଆର୍ଥିକ ଲାଭ କ୍ଷେତ୍ରରେନାଲ୍‌କୋର ନୂତନ ରେକର୍ଡ

ଭୁବନେଶ୍ୱର : ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁନିମିୟମ କମ୍ପାନୀ (ନାଲ୍‌କୋ) ୨୦୧୮-୧୯ ଆର୍ଥିକବର୍ଷରେ ଉ​‌େ​‌ଲ୍ଲଖନୀୟ ସଫଳତା ହାସଲ କରିପାରିବା ସହିତ ବିଶ୍ୱସ୍ତରୀୟ ମାନ୍ୟତା ହାସଲ କରିଛି। ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ସବୁଠାରୁ କମ୍ ବ୍ୟୟରେ ବକ୍ସାଇଟ୍ ଓ ଆଲୁମିନା ଉତ୍ପାଦନକାରୀ ଉଦ୍ୟୋଗ ଭାବେ ନାଲ୍‌କୋ ଶ୍ରେଷ୍ଠ ମାନ୍ୟତା ହାସଲ କରିଛି। ଗତ ଆର୍ଥିକବର୍ଷରେ ସମସ୍ତ କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ଓ ସଫଳତା ସମ୍ପର୍କରେ ଉ​‌େ​‌ଲ୍ଲଖ କରି କମ୍ପାନୀ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଛନ୍ତି ଯେ ନାଲ୍‌କୋ ବିଶ୍ୱ ସ୍ତରରେ ସ୍ବଳ୍ପ ଖର୍ଚରେ ଆଲୁମିନା ଉତ୍ପାଦନକାରୀ ଭାବେ ମାନ୍ୟତା ବଜାୟ ରଖିଛିି। ଏଥିସହିତ ନାଲ୍‌କୋ ବକ୍ସାଇଟ୍ ଖଣି ମଧ୍ୟ ଏ ବର୍ଷ ସ୍ବଳ୍ପ ବ୍ୟୟରେ ଉତ୍ପାଦନକାରୀ ଖଣି ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିରୁ ୭୪.୧୪ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ହୋଇଛି, ଯାହାକି କମ୍ପାନୀ ଇତିହାସରେ ସର୍ବାଧିକ। ସେହିପରି, ୭୨.୩୧ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ ହୋଇଛି, ଯାହା ଏ ଯାବତ୍ ସର୍ବାଧିକ। ଏଥିସହ ଉତ୍କୃଷ୍ଟ ଜ୍ଞାନକୌଶଳ ଓ କର୍ମକୁଶଳତା ଦ୍ୱାରା ସ୍ମେଲଟରରେ ଚଳିତବର୍ଷ ଶକ୍ତି ଉପଯୋଗିତା ହ୍ରାସ ହୋଇଛି। କମ୍ପାନୀ ପ୍ରତିଷ୍ଠା ପରଠାରୁ ଏହା ସର୍ବନିମ୍ନ। ଏହାଦ୍ୱାରା କମ୍ପାନୀ ୫୪ କୋଟି ଟଙ୍କା ଆର୍ଥିକ ସଞ୍ଚୟ କରିପାରିଛି। ଗତବର୍ଷ ତୁଳନାରେ ସମୂଦାୟ ଧାତୁ ବିକ୍ରି କ୍ଷେତ୍ରରେ ୩.୫ ପ୍ରତିଶତ ବୃଦ୍ଧି ଘଟି ୪.୪୧ ଲକ୍ଷ ଟନ୍ ଆଲୁମିନିୟମ୍ ବିକ୍ରି କରାଯାଥିବା ବେଳେ ଘରୋଇ ବଜାରରେ ଗତ ବର୍ଷ ତୁଳନାରେ ୧୪.୯ ପ୍ରତିଶତ ବୃଦ୍ଧି ଘଟି ୪.୦୨ ଲକ୍ଷ ଟନ୍ ଧାତୁ ବିକ୍ରି ହୋଇଛି, ଯାହାକି କମ୍ପାନୀ ଇତିହାସରେ ସର୍ବାଧିକ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories