ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଓ ରାଧାକୃଷ୍ଣ ବେଶ ପ୍ରତିଯୋଗିତା

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ  ଜଗନ୍ନାଥ ପ୍ରସାଦ  ସରସ୍ଵତୀ ଶିଶୁ ମନ୍ଦିର  ପ୍ରାଙ୍ଗଣରେ  ସୋମବାର ଦିନ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସହିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ମହା ସମାରୋହରେ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ  ପ୍ରଭୁ ଶ୍ରୀକୃଷ୍ଣ ଓ ମା ବାଗଦେବି ନିକଟରେ ନାଟୁଆବରୀ ଗ୍ରାମର ଅବସରପ୍ରାପ୍ତ  ଗ୍ରାମ ସେବକ  ନାରାୟଣ ସାହୁଙ୍କ  କରକମଳରେ ଶୁଭ ଦ୍ଵୀପ ପ୍ରଜ୍ଜଳିତ ହୋଇ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଥିଲା।

ଶିଶୁବାଟିକାର ୫୦ଜଣ ଛାତ୍ର ଛାତ୍ରୀ କୃଷ୍ଣ ବେଶ ଓ ରାଧା ବେଶ ରେ ସୁସଜ୍ଜିତ ହୋଇଥିବା ବେଳେ ରାଧା ବେଶ ଓ କୃଷ୍ଣ ବେଶ ପ୍ରତି ଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ  ନାରାୟଣ ସାହୁ, ଗୌଡପଡା  ଗ୍ରାମର ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ ତୀର୍ଥରାଜ ସାହୁ, ବଞ୍ଜାଗୋଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ  ବ୍ରଜଚନ୍ଦ୍ର ସାହୁ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି  ବିରଞ୍ଚି ଶଙ୍କର ସାହୁ ବିଚାରକ ଭାବରେ ଯୋଗ ଦେଇଥିଲେ। ରାଧା ବେଶ ଓ କୃଷ୍ଣ ବେଶରେ ଥିବା ଶିଶୁମାନଙ୍କୁ ନେଇ ଜଗନ୍ନାଥପ୍ରସାଦ ଏବଂ ନାକଟିଦେଉଳ ଗ୍ରାମ ପରିକ୍ରମା କରା ଯାଇଥିଲା।

ବିଦ୍ୟାଳୟର ମାତୃଭାରତୀ ପରିଷଦର ସଦସ୍ୟା ମାନେ କାର୍ଯ୍ୟକ୍ରମରେ  ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ  ବିଜୟ କୁମାର ସାହୁ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟ।  ମମତା ଦେହୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ।ଙ୍କ ସାହାର୍ଯ୍ୟ ସହଯୋଗରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ପରିସରରେ ହୋମ ଏବଂ ପୂଜା କାର୍ଯ୍ୟ ଆୟୋଜିତ ହୋଇଥିବା ବେଳେ ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ସେହିପରି ବ୍ଲକର କିସିଣ୍ଡା ସରସ୍ବତୀ ଶିଶୁ ମନ୍ଦିର ସମେତ ସରାପାଲି,ବଳମ ବାଟଗାଁ ଏବଂ ଶିମିଳିପାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ରାଧାକୃଷ୍ଣ ବେଶ ଧାରୀ ମାନେ ଗ୍ରାମ ପରିକ୍ରମା କରିଥିଲେ। ସେହିପରି ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଵା ସହ ନାମ ସଂକୀର୍ତ୍ତନ୍ୟ ଆୟୋଜିତ ହୋଇଯାଇଛି।

Comments are closed.