www.samajalive.in
Saturday, December 13, 2025
21.1 C
Bhubaneswar

୨୭ରେ ଖୋଲିବ ବ୍ରହ୍ମ ବିଭ୍ରାଟ ଗୁମର

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଗାମୀ ୨୭ତାରିଖରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସେଥିରେ ଅଧ୍ୟକ୍ଷତା କରିବେ। ବ୍ରହ୍ମ ବିଭ୍ରାଟ ରିପୋର୍ଟ ସେଥିରେ ଉପସ୍ଥାପନ କରାଯିବା ପ୍ରସ୍ତାବ ରହିଛି। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ତଦନ୍ତ ରିପୋର୍ଟ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ଏହାଛଡା ୩ଜଣିଆ ସବ୍‍କମିଟି ରିପୋର୍ଟକୁ ଭିତ୍ତିକରି ବ୍ରହ୍ମ ବିଭ୍ରାଟ ପାଇଁ ଦାୟୀ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ।
ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ପ୍ରାୟ ୬୦ହଜାର ଏକର ଜମି ବିକ୍ରି ପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ
ସଂଶୋଧିତ ୟୁନିଫର୍ମ ପଲିସ୍‍ ପରିଚାଳନା କମିଟି ବୈଠକରେ ଆଗତ କରାଯିବ। ସେବକଙ୍କ ପୁରୁଷାନୁକ୍ରମିକ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ, ସେବକଙ୍କ ଦ୍ୱାରା ଦାନଦକ୍ଷିଣା ଆଦାୟ ବନ୍ଦ, ରୋଷଘର ଚୁଲା ମନ୍ଦିର ପ୍ରଶାସନ ନିୟନ୍ତ୍ରଣକୁ ଅଣାଯିବା ସମ୍ପର୍କରେ ୩ଟି ସବ୍‍କମିଟି ଦେଇଥିବା ରିପୋର୍ଟ ଉପରେ ବୈଠକରେ ଆଲୋଚନା କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
୨୦୧୫ ଜୁନ୍‍ ୧୫ତାରିଖ ଦିନ ନୂତନ ବିଗ୍ରହଙ୍କ ବ୍ରହ୍ମ ସଂସ୍ଥାପନରେ କେତେକ ଦଇତାପତି ସେବକ ବିଶୃଙ୍ଖଳା କରିଥିଲେ। ବ୍ରହ୍ମ ଦର୍ଶନକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ଦଇତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏଥିଯୋଗୁଁ ବିଳମ୍ବିତ ରାତିରେ ହେବାକୁ ଥିବା ବ୍ରହ୍ମ ସଂସ୍ଥାପନ ପରଦିନ ଦ୍ୱିପ୍ରହରରେ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଆଗାମୀ ୨୭ତାରିଖ ଦିନ ପରିଚାଳନା କମିଟିରେ ଆଲୋଚନା ପରେ ଏହି ରିପୋର୍ଟ ସାର୍ବଜନୀନ କରାଯିବା ସମ୍ଭାବନା ରହିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମ ବିଭ୍ରାଟ ରିପୋର୍ଟରେ ୬ଜଣ ସେବକଙ୍କ ନାମ ରହିଛି। ପରିଚାଳନା କମିଟି ବୈଠକରେ ଯଦି ସହମତି ପ୍ରକାଶ ପାଏ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସମ୍ଭାବନା ରହିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories