www.samajalive.in
Monday, December 8, 2025
24.1 C
Bhubaneswar

ନବରଙ୍ଗପୁରରେ ଶିକ୍ଷା ବିକାଶ ସମିତିର ଆଲୋଚନାଚକ୍ର

ନବରଙ୍ଗପୁର : ଶିକ୍ଷା ବିକାଶ ସମିତି ପକ୍ଷରୁ ଏକ ଜିଲା ସ୍ତରୀୟ ଆଲୋଚନାଚକ୍ର ନୂଆଁଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ର ଧାକଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲା ପ୍ରମୁଖ ହରେକୃଷ୍ଣ ବିଷୋୟୀ ସ୍ବାଗତ ଭାଷଣ ଦେବା ସହ ଆଲୋଚନାର ବିଷୟବସ୍ତୁ ଯଥା ପରମ୍ପରା, ସଂସ୍କୃତି, ଧର୍ମ, କର୍ମ, ବିଚାର, ଇତିହାସ, ଶିକ୍ଷା, ବୃତ୍ତି, ଜୀବନଶୈଳୀ, ସଂସ୍କାର, ସ୍ବଦେଶୀ, କୃଷି, ଚିକିତ୍ସା, ଜ୍ଞାନ ବିଜ୍ଞାନ ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବିଜୟ କୁମାର ମିଶ୍ର ଯୋଗଦେଇ ବିଦେଶରେ କିଭଳି ଭାରତୀୟ ଧର୍ମ ସଂସ୍କୃତି ଲୋକାଭିମୁଖୀ ହୋଇପାରୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ହୃଷୀକେଶ ଦାଶ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଗୁରୁ, ଶିକ୍ଷୟିତ୍ରୀ ମଧୁସ୍ମିତା, ରାମକୃଷ୍ଣ ବିଷୋୟୀ,ଭୁବନ ନାୟକ, ମୋହନ ଚନ୍ଦ୍ର ମୁଦୁଲି,ସମସ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ, ରାଧାକୃଷ୍ଣ ବିଷୋୟୀ,ମୁକୁନ୍ଦ ଜାନୀ, ଯୁଧିଷ୍ଠିର ହରିଜନ, ପୂର୍ଣ୍ଣ ଚନ୍ଦ୍ର ଗୁହା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଷ୍ଣୁପ୍ରିୟା ଆଚାର୍ଯ୍ୟ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଙ୍କୁଳ ପ୍ରମୁଖ ସଞ୍ଜୀବ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ବଳରାମ ଛୁଆଳ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories