www.samajalive.in
Wednesday, December 10, 2025
26.1 C
Bhubaneswar

୧୦ହଜାର କୋଟି ଟଙ୍କାର ପଥର ଲୁଟ

କେଶଦୁରାପାଳ: ଆନନ୍ଦପୁର ବୈଶରଣୀ ନଦୀର ଦକ୍ଷିଣ ପାର୍ଶ୍ୟ ଡଙ୍ଗାଘାଟର ପଥର ପ୍ୟାଟିଂ କାର୍ଯ୍ୟକୁ ୧୭ ତାରିଖ ଦିନ ଓଡ଼ିଶା ପବ୍ଳିକ ଏକାଉଣ୍ଟ ଟିମ୍ ପରିଦର୍ଶନ କରିଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଆନନ୍ଦପୁର ବ୍ୟାରେଜ ପକ୍ଷରୁ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ବ ପାଇଁ ପ୍ୟାଚିଂ କାର୍ଯ୍ୟ ଝାଡେଶ୍ବର ମନ୍ଦିର ଠାରୁ ଖପରାଖାଇ ପର୍ଯ୍ୟନ୍ତ କରାଯାଇଛି। ଓଡ଼ିଶା ପବ୍ଲିକ ଆକାଉଣ୍ଟ କମିଟି ଅଧକ୍ଷ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ କମିଟିର ସଦସ୍ୟ ତଥା ବିଧାୟକ ସୁକାନ୍ତ ନାୟକ, ନାଉରୀ ନାୟକ, ଉପ-ଜିଲାପାଳ ଅନିଲ କୁମାର ସେଠୀ, ଆନନ୍ଦପୁର ବ୍ୟାରେଜର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଭିନାଶ ରାଉଳ ପ୍ରମୁଖ ପରିଦର୍ଶନରେ ଆସିଥିଲେ। ଡ଼ଙ୍ଗାଘାଟର ପଥର ପ୍ୟାଟିଂ କାର୍ଯ୍ୟକୁ ତଦାରଖ ସମୟରେ ପଥର ପ୍ୟାଟିଂରେ ଫାଳ, ଛୋଟ ପଥର ବ୍ୟବହାର, ନଦୀଘାଟ ରାସ୍ତା କରାନଯିବା ଭଳି ସମସ୍ୟା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟବହୃତ ପଥର କେଉଁ ଜାଗାରୁ ଆସିଛି ତା’ର ସମୀକ୍ଷା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥଇଲେ।

ଶ୍ରୀ ମାଝି ଭୋଳନୂଆଗାଁ ପଥର ଖାଦାନ ବୁଲି ଦେଖିଥିଲେ। ଲଘୁ ଖଣିଜ ନିୟମରେ ମାଟି ତଳୁ ୬ ମିଟର ଯାଏ ଖୋଳିବାକୁ ଥିବା ନିୟମ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ପାଇଥିଲେ। ଭୋଳନୂଆଗାଁ ପଥର ଖାଦାନରୁ ଉତୋଳନ କରାଯାଇଥିବା ପଥରର ମୂଲ୍ୟ ୧୦ହଜାର କୋଟି ଟଙ୍କା ହେବ ବୋଲି ପ୍ରକାଶ କରିଥିଲେ।ଏଥି ସହିତ ଲିଜ ନ ଥାଇ ବେଆଇନ ଭାବରେ ୪୦୦ ଫୁଟ ଲମ୍ବ ୧୫୦ଫୁଟ ଗଭୀର ଓ ୨୦୦ ପୁଟ ଓସାର ସ୍ଥାନରୁ ପଥର ଖୋଳି ମାଫିଆମାନେ ପଥର ଲୁଟ କରିଥିବା ଜାଣିବାକୁ ପାଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories