ଆନନ୍ଦପୁର:୨୦ ନମ୍ବର ଜାତୀୟ ରାଜପଥ କୋଲିମାଟି ଠାରେ ଟ୍ରକ ଚଢ଼ିଯିବାରୁ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଗାଁରୁ ଦ୍ରୁତ ଗତିରେ ଆସୁଥିବା ଦୁଇ ବାଇକ ଆରୋହୀ ଭାରସାମ୍ୟ ହରାଇ ଉଭୟେ ରାସ୍ତା ଉପରେ ଖସିପଡ଼ିଥିଲେ। ପଛରୁ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ସେମାନଙ୍କ ମୁଣ୍ଡରେ ଚଢ଼ାଇ ଦେବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଟ୍ରକ ଚକା ତଳେ ଚାପି ହୋଇ ୨ ବାଇକ ଆରୋହୀଙ୍କର ମୁଣ୍ଡ ଚାପି ହୋଇ ଯାଇଥିବାରୁ ସେମାନଙ୍କ ପରିଚୟ ମିଳିପାରିନାହିଁ। ଘସିପୁରା ପୋଲିସ ଉଭୟଙ୍କ ମୃତଦେହକୁ ଜବତ ପରେ ଛାନଭିନ ଆରମ୍ଭ କରିଛି।
Popular Categories



