www.samajalive.in
Sunday, December 7, 2025
26.1 C
Bhubaneswar

ମାଟିଆ ଗୁଣ୍ଡ ପୋକ ଲାଗି ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର 6ଗୋଟି ପଞ୍ଚାୟତ ରେ ଅଧିକାଂଶ ଚାଷୀଙ୍କ ଧାନଗଛରେ ମାଟିଆ ଗୁଣ୍ଡ ପୋକ ଲାଗି ଫସଲ ନଷ୍ଟ ହୋଇଯାଇଥିବା ବେଳେ ଏହି ଅଞ୍ଚଳର ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ଅଭିଯୋଗ ହେଉଅଛି | ପ୍ରାପ୍ତ ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଖୁଣ୍ଟି ବ୍ଲକ ଅନ୍ତର୍ଗତ ଖଣ୍ଡିଆ ଗୁଡା ମୌଜା, ପୂଜାରୀଗୁଡା ପଞ୍ଚାୟତ ର କୁର୍ମାକୋଟ ମୌଜାର ନୂଆଗୁଡା, କୁର୍ମାକୋଟ ଅଞ୍ଚଳର ପ୍ରାୟ ୫୦ରୁ ଉର୍ଦ୍ଧ ଚାଷୀଙ୍କର ଧାନ ଫସଲରେ ମାଟିଆ ଗୁଣ୍ଡ ପୋକ ଲାଗିଥିବା ଗ୍ରାମର ଗଙ୍ଗାଧର ବିଶୋଇ, ଦାନେସ ବାଘ, ଦାଶରଥି ବିଷୋୟୀ, ଦୁର୍ଯ୍ୟୋଧନ ବିଶୋଇ, ରମା ଜାନି ପ୍ରମୁଖ ଅଭିଯୋଗ କରିଛନ୍ତି। କାମତା ପଞ୍ଚାୟତର ମଧ୍ୟ ୧୦୦ରୁ ଅଧିକ ଚାଷୀଙ୍କ ସେହି ଏକା ଅବସ୍ଥା ହୋଇଥିବା ଅଭିଯୋଗ ଆସିଛି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କୃଷି ବିଭାଗୀୟ ଅଧିକାରୀଙ୍କ ପାଦ ପଡ଼ିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଆଗକୁ ଲଘୁଚାପ ଜନିତ ବର୍ଷା ଆସନ୍ତା ୧୯ରୁ୨୧ ତାରିଖରେ ହେବାକୁ ଥିବାବେଳେ ଚାଷ ସମ୍ପୂର୍ଣ ନଷ୍ଟ ହୋଇଯିବା ଆଶଙ୍କାରେ ରହିଛନ୍ତି ଚାଷୀ। ଏହି ଅଞ୍ଚଳର ଅଧିକାଂଶ ଚାଷୀ ବିଭିନ୍ନ ବ୍ୟାଙ୍କ ଏବଂ ଲ୍ୟାମ୍ପରୁ ଋଣ କରି ଚାଷ କାମ କରିଥିବା ବେଳେ ବର୍ତ୍ତମାନ ଚାଷ ନଷ୍ଟ ହୋଇଯାଇଥିବା ଯୋଗୁଁ ଚିନ୍ତା ଓ ମାନସିକ ଚାପରେ ଅଛନ୍ତି ଚାଷୀ। ଏପଟେ କରୋନା ମାଡ ସାଙ୍ଗକୁ ଏପଟେ ଫସଲ ନଷ୍ଟକୁ ନେଇ ଋଣଭାର କେମିତି ଶୁଝିବୁ ଏବଂ କଣ ଖାଇବୁ ବୋଲି ଅଞ୍ଚଳର ଚାଷୀ ଅନୁ ରଞ୍ଜନ ହିଆଲ, ସୁବଳ କର୍କରା, ନିରଞ୍ଜନ ହିଆଲ, ଶରତ ସୁନା, ଦଶା ପାତ୍ର କର୍କରା ପ୍ରମୁଖ କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories