www.samajalive.in
Wednesday, December 10, 2025
16.1 C
Bhubaneswar

ମନରେଗାରେ ୩୨.୬୨କୋଟି ଟଙ୍କା ବକେୟା, ନବରଙ୍ଗପୁରରେ ଶ୍ରମିକଙ୍କୁ ମିଳୁନି ମଜୁରୀ

ନବରଙ୍ଗପୁର: ଚଳିତ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲାରେ ମନରେଗା ଅର୍ଥ ମଞୁର ହୋଇନଥିବାରୁ ଶ୍ରମିକମାନେ ମଜୂରୀ ପାଇ ପାରୁନଥିବା ଜଣାପଡିଛି। ଗତ ଏପ୍ରିଲ ମାସଠାରୁ ଆଜି ପର୍ଯ୍ୟନ୍ତ ୩୨କୋଟି ୬୨ଲକ୍ଷ ୩୧ ହଜାର ଟଙ୍କା ଅନୁଦାନ ମିଳିନଥିବାରୁ ଜିଲାର ଶ୍ରମିକ ଓ ଭେଣ୍ଡରମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ୭୬.୫୯ ଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ଡାବୁଗାଁରେ ୧୫୩.୧୩ ଲକ୍ଷ, ଝରିଗାଁରେ ୬୨୪.୩୯ ଲକ୍ଷ, କୋଷାଗୁମୁଡାରେ ୧୫୪.୦୫ ଲକ୍ଷ, ନବରଙ୍ଗପୁରରେ ୫୨.୯୭ଲକ୍ଷ, ନନ୍ଦାହାଣ୍ଡିରେ ୧୯୯.୦୧ ଲକ୍ଷ, ପାପଡାହାଣ୍ଡିରେ ୪୮୫.୦୩ ଲକ୍ଷ, ରାଇଘରରେ ୧୫୯.୧୪ ଲକ୍ଷ, ତେନ୍ତୁଳିଖୁଣ୍ଟରେିି ୧୦୩.୩୮ଲକ୍ଷ ଓ ଉମରକୋଟ ବ୍ଲକରେ ୩୧୦.୧୩ ଲକ୍ଷ ଟଙ୍କାର କାମ କରାଯାଇଛି।

ଏହା ସହିତ ବିଭିନ୍ନ ଲାଇନ ବିଭାଗଦ୍ୱାରା ୯୪୪.୪୧ ଲକ୍ଷ ଟଙ୍କାର କାମ କରାଯାଇଛି। ମୋଟ ୩୨୬୨.୩୧ ଲକ୍ଷ ଟଙ୍କାର କାମ ଜିଲାରେ ହୋଇଥିବା ବେଳେ ସେଥିମଧ୍ୟରୁ ଜିନିଷ ବାବଦକୁ ୩୦୯୯.୭୬ ଲକ୍ଷ ଟଙ୍କା,ମଜୁରୀ ବାବଦକୁ ୧୫୭.୩୩ ଲକ୍ଷ ଟଙ୍କା ବାକି ରହିଛି। ଚଳିତବର୍ଷ ୨୦୦୯ଟି ପ୍ରକଳ୍ପ ଅନୁମୋଦନ କରାଯାଇ କାମ କରାଯାଇଛି। ତେବେ କେତେକ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ଅନୁଦାନଗୁଡିକୁ ସ୍ଥଗିତ ରଖିଥିବା କୁହାଯାଉଛି। ଏହି ଯୋଜନାରେ କାମ କରିଥିବା କିଛି ରାଜନୈତକ ବ୍ୟକ୍ତିବିଶେଷ, ଠିକାଦାର ଓ ଶ୍ରମିକମାନେ ବିଲ ନପାଇ ଏବେ ହଟ୍ଟହଟ୍ଟା ହୋଇ ପଡିଛନ୍ତି। ଦୀର୍ଘ ମାସ ବିତିଯାଇଥିଲେ ହେଁ ମନରେଗା ଯୋଜନା ଅର୍ଥ ମଞୁର ହେଉନଥିବାରୁ ଏହା ସମସ୍ତଙ୍କୁ ଚିନ୍ତିତ କରିଛି। ତେବେ ପୁରୁଣା କାମର ବିଲ୍‍ପୈଠ ହେଉନଥିବା ବେଳେ ନୂତନ କାମ ଆରମ୍ଭ ନହେଲେ ଜିଲାରେ ବେରୋଜଗାର ବୃଦ୍ଧି ପାଇବା ସହ ପୁଣି ଦାଦନ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories