www.samajalive.in
Sunday, December 14, 2025
19.1 C
Bhubaneswar

​‘ଗୁଲାବ’ ବାତ୍ୟାପାଇଁ ହାଇଆଲର୍ଟ ଜାରି କଲା ନବରଙ୍ଗପୁର ଜିଲା ପ୍ରଶାସନ

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ବାତ୍ୟା ପାଇଁ ରାଜ୍ୟ ସରକାର ହାଇଆଲର୍ଟ ଜାରି କରିବାପରେ ନବରଙ୍ଗପୁର ଜିଲ୍ଲାପ୍ରଶାସନ ତତ୍ପରତା ଦେଖାଇଅଛି, ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଗାଇଡ଼ ଲାଇନ ଜାରି କରିବା ସହ ବାତ୍ୟାକୁ ଏଡାଇବା ପାଇଁ ଜୋରସୋର ଉଦ୍ୟମ ଚଳାଇବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ କରିବାସହ ସମ୍ପୂର୍ଣ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ହେବାର ରିଲିଫ କମିଶନର ଙ୍କ ତରଫରୁ ସୂଚନା ମିଳିବାପରେ ନବରଙ୍ଗପୁର ଜିଲ୍ଲାପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରସୋର କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାତ୍ୟାକୁ ଏଡ଼ାଇବା ସହ ଲୋକଙ୍କ ଧନଜୀବନ କୁ କିପରି ରୋକାଯାଇପାରିବ ସେ ବିଷୟରେ ପ୍ରସ୍ତୁତି  ଆରମ୍ଭ କରାଯାଇଛି।
ଇନ୍ଦ୍ରାବତୀର ତଳିଆ ଅଞ୍ଚଳ ତଥା ନବରଙ୍ଗପୁର , ନନ୍ଦାହାଣ୍ଡି ଏବଂ କୋଷlଗୁମୁଡା ବ୍ଲକ ଅଂଚଳ ମାନଙ୍କୁ ହାଇଆଲର୍ଟ ଘୋଷଣା କରାଯାଇ ସେହି ଅଞ୍ଚଳ ମାନଙ୍କ ରେ ଥିବା ବାତ୍ୟା ସ୍ଥଳରେ ଲୋକଙ୍କୁ କିପରି ରନ୍ଧାଖାଦ୍ୟ ସହ ସମସ୍ତ ପ୍ରକାର ସୁବିଧା କରାଯିବାପାଇଁ ଅଧିକାରୀ ମାନଂକୁ ନିର୍ଦେଶ ଦିଆଯାଇଛି। ସେହିପରି ଓଡ୍ରାଫ ଟିମ କୁ ମଧ୍ୟ ସଜାଗ ରହିବାକୁ ନିର୍ଦେଶ ଦେବାସହ ନବରଙ୍ଗପୁର ଏବଂ ଉମରକୋଟ ମ୍ୟୁନ୍ସିପାଲ୍ଟି ଅଧିକାରୀ ମାନଂକୁ ସମସ୍ତ ଡ୍ରେନ ସଫା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥିସହ ନବରଙ୍ଗପୁର ଠାରେ ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟା ଖୋଲାରଖିବା ସହ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟି ରେ ରଖି ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଥିବା ସୂଚନା ମିଳିଅଛି। ଆଜି ଏନେଇ ନବରଙ୍ଗପୁର ଜିଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ ସୂଚନା ଦେବାସହ ବାତ୍ୟା ଓ ବନ୍ୟା ର ସମସ୍ତ ପ୍ରକାର ମୁକାବିଲାକୁ ସାମନା କରିବାକୁ ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories