www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁର କୋଭିଡ ମେଡିକାଲରେ ଆଜିଠୁ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୋଭିଡ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବି ବଢିଚାଲିଛି। ଏଭଳି ସ୍ଥିତିରେ ଏକ ବଳିଷ୍ଠ ପଦକ୍ଷେପ କୋଭିଡ ରୋଗୀଙ୍କ ପାଇଁ ଆରମ୍ଭ କରାଯାଇଛି। ଆଜି ନବରଙ୍ଗପୁର କୋଭିଡ ମେଡିକାଲରେ ଭେଣ୍ଟିଲେଟର ସହ ଆଇସିୟୁ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି।

ଏହି ପରିପ୍ରେକ୍ଷୀରେ କୋଭିଡ ମେଡିକାଲ ପରିସରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଠାରେ ଆଜି ୧୨ସଂଖ୍ୟା ଶଯ୍ୟା ବିଶିଷ୍ଟ ଆଇସିୟୁ ଆରମ୍ଭ ହୋଇଛି। ଏହି ଆଇସିୟୁ ୟୁନିଟରେ ୪ଗୋଟି ଭେଣ୍ଟିଲେଟର ସହ ଆଇସିୟୁର ସୁବିଧା ରହିଛି। କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର କୋଭିଡ ରୋଗୀ ଅକ୍ସିଜେନର ଆବଶ୍ୟକତା ପୂରଣ ପାଇଁ ଏକ ଆକ୍ସିଜେନ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି। ଏଥିରେ ମେନିଫୋଲ୍ଡ ସିଷ୍ଟମ୍ ସାହାଯ୍ୟରେ ଏକ କାଳୀନ ୬ଟି ଯୁମ୍ବୋ ସିଲିଣ୍ଡରରେ ପାଇପ ଲାଇନ ଜରିଆରେ ରୋଗୀଙ୍କ ଶଯ୍ୟା ନିକଟରେ ଆକ୍ସିଜେନ ଉପଲବ୍ଧ ହୋଇପାରିବ। ଏହି ପ୍ଳାଣ୍ଟରେ ଗଚ୍ଛିତ ଆକ୍ସିଜେନ ସିଲିଣ୍ଡରରୁ ସିଧାସଳଖ ରୋଗୀଙ୍କ ଅକ୍ସିଜେନ ଆବଶ୍ୟକତା ପୂରଣ କରାଯାଇପାଇବ। ଜିଲ୍ଲାରେ ବର୍ତମାନ ୪୬.୭ ଲିଟର କ୍ଷମତା ବିଶିଷ୍ଟ ୧୩୭ଟି ଯୁମ୍ବୋ ସିଲିଣ୍ଡର ଥିବା ବେଳେ ୧୦ ଲିଟର କ୍ଷମତା ବିଶିଷ୍ଟ ୯୩ଟି ଆକ୍ସିଜେନ ସିଲିଣ୍ଡର ରହିଛି। ୧୩ ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟରେ ଜୀବନ ରକ୍ଷାକାରୀ ସମସ୍ତ ଆବଶ୍ୟକୀୟ ଉପକରଣ ମହଜୁଦ ରହିଛି।

- Advertisement -

ଜିଲ୍ଲାର କୋଭିଡ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ୧୨ ଆଇସିୟୁ ଶଯ୍ୟା ବିଶେଷ ସାହାଯ୍ୟ ହୋଇପାରିବ ବୋଲି ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ସାଂସଦ ରମେଶ ଚନ୍ଦ୍ର ମାଝୀ କହିଛନ୍ତି ଏହା ବହୁ ଦିନ ଧରି ଦାବି ହୋଇ ଆସୁଥିଲା, ନବରଙ୍ଗପୁର ଜିଲ୍ଲାବାସୀଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ ଥିଲେ ବର୍ତମାନ ଏହା ପୁରଣ ହୋଇଛି ବୋଲି କହିଥିଲେ। ଏଥିସହ ଏଠାକାର ଗୁରୁତର ରୋଗୀଙ୍କୁ ଆଉ କୋରାପୁଟ, ଜୟପୁର ଏବଂ ବାହାରକୁ ଯିବାକୁ ପଡିବ ନାହିଁ ବର୍ତ୍ତମାନ ଏଠି ଚିକିତ୍ସ ହୋଇପାରିବ ବୋଲି କହିଛନ୍ତି। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶୋଭାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories