www.samajalive.in
Saturday, December 6, 2025
26.1 C
Bhubaneswar

କରୋନାରୁ ମୁକ୍ତ ନବରଙ୍ଗପୁର; ପ୍ରଥମ ଥର ପାଇଁ ସଂକ୍ରମିତ ସଂଖ୍ୟା ଶୂନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ କରୋନା କବଳରୁ ମୁକ୍ତ ହୋଇଛି ନବରଙ୍ଗପୁର ଜିଲ୍ଲା | ପ୍ରଥମ ଥରପାଇଁ ଜିଲ୍ଲାରେ ଆଜି ସଂକ୍ରମଣ ସଂଖ୍ୟା ଶୂନ ହୋଇଅଛି |
ନବରଙ୍ଗପୁର ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଦ୍ୱିତୀୟ ଲହରରେ ଜିଲ୍ଲାକୁ ଗ୍ରାସ କରିବାରେ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ କଟକଣାକୁ କଡାକଡି କରିବା ସହ ତାଲାବନ୍ଦ , ସଟଡାଉନ ଓ ଲୋକଙ୍କୁ ସଚେତନ କରି କୋଭିଡକୁ ନିୟଂତ୍ରଣ କରିବା ରେ ସଫଳ ହୋଇଥିଲା |
ଦ୍ୱିତୀୟ ଲହର ପ୍ରଭାବ ଏତେ ମାତ୍ରା ଥିଲାଯେ କୋଭିଡ ମେଡିକାଲରେ ରୋଗୀ ଙ୍କ ପାଇଁ ବେଡ଼ ମଧ୍ୟ ଖାଲି ନଥିଲା, ଜିଲାରେ ଅନେକ ଲୋକଙ୍କ ପ୍ରାଣ ହାନି ଘଟିଛି।
ଏପରି ସ୍ଥଳେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଜିଲାରେ କରୋନା କଟକଣାକୁ କୋହଳ କରି ଥିବା ବେଳେ ପ୍ରତିଦିନ କିଛି ନା କିଛି ସଂକ୍ରମିତ ଚି଼ହ୍ନଟ ହେଉଥିବା ଦେଖିବାକୁ ମିଳୁଥିଲା | ନବରଙ୍ଗପୁର କୋଭିଡ ଡାକ୍ତର ଖାନାରେ ମଧ୍ୟ ୪/୫ ରୋଗୀ ପ୍ରତିଦିନ ଚିକିତ୍ସିତ ହେଉଥିଲେ | କିନ୍ତୁ ଆଜି ନବରଙ୍ଗପୁର ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଶୂନ ରେ ଥିବାବେଳେ ନବରଙ୍ଗପୁର କୋଭିଡ ମେଡିକାଲ ରେ ମଧ୍ୟ ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଯାଇ ଥିବା ଯୋଗୁଁ ଉକ୍ତ ମେଡିକାଲ ରେ ଗୋଟିଏ ବି ରୋଗୀ ନଥିବା କହିଛନ୍ତି କୋଭିଡ ଡାକ୍ତର ଖାନା ଦାୟିତ୍ୱ ରେ ଥିବା ଡ଼ଃ ଶତପଥି | ଆଗକୁ ମଧ୍ୟ ଲୋକ ସଚେତନ ହେବାର ଆବଶ୍ୟକ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି |

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories