www.samajalive.in
Thursday, December 11, 2025
14.1 C
Bhubaneswar

ଉତ୍କଳ ସମ୍ମିଳନୀର ନବରଙ୍ଗପୁର ଶାଖା ଗଠିତ

ନବରଙ୍ଗପୁର: ରବିବାର ଦିନ ଉତ୍କଳ ସମ୍ମିଳନୀ, ଓଡ଼ିଶାର ନବରଙ୍ଗପୁର ଜିଲାଶାଖା ଗଠନ ପାଇଁ ତୃପ୍ତି ଲଜର ସମ୍ମୀଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସଙ୍ଗଠନର ଆଭିମୁଖ୍ୟ ଏବଂ କାର୍ଯ୍ୟକାରୀତା ଉପରେ ବୁଲୁ ହୋତା ଆବାହକ ଭାବେ ଯୋଗ ଦେଇ ଆଲୋକପାତ କରିଥିଲେ । ଏହି ବୈଠକରେ ଅନୁଷ୍ଠାନର ଆଭିମୁଖ୍ୟକୁ ତୃଣମୂଳ ସ୍ତରରୁ  ଓଡ଼ିଆ ଭାଷା ଏବଂ ଅଞ୍ଚଳର ସୁରକ୍ଷାକୁ ନେଇ ପ୍ରଚାର ଓ ପ୍ରସାର କରିବା ପାଇଁ ଆଲୋଚନା ହୋଇଥିଲା ।ଏହି ସଂଗଠନ ଦାୟିତ୍ଵରେ ରହିବା ପାଇଁ ପରିଚାଳନା କମିଟି ପ୍ରସ୍ତାବ ସହ ମଂଜୁରୀ ଦିଆଯାଇଥିଲା ।

ପ୍ରସ୍ତାବ ଅନୁସାରେ ସର୍ବସମ୍ମତି କ୍ରମେ ସଂଗଠନର ସଭାପତି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା । ସେହିପରି ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଉପସଭାପତି ଭାବେ ସାହିତ୍ୟିକ ଅଶୋକ କୁମାର ପଟ୍ଟନାୟକ ଏବଂ ପ୍ରାଧ୍ୟାପକ ଡ଼ଃ. ବିଜୟ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା ।ସଂଗଠନ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ବାଙ୍କ ବିହାରୀ ବିଷୋୟୀ, ସମ୍ପାଦକ ଭାବେ ସମାଜସେବୀ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ସହ ସମ୍ପାଦିକା ଭାବେ ଅଧ୍ୟାପିକ। ଡଃ. ସଂଯୁକ୍ତା ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା ।କୋଷାଧ୍ୟକ୍ଷ ଭାବେ କଣ୍ଠଶିଳ୍ପୀ ସୁରେଶ କୁମାର ମିଶ୍ରଙ୍କୁ ଏବଂ ସାଧାରଣ ପରିଷଦ ସଦସ୍ୟ ପାଇଁ ପି. ରବିକାନ୍ତ ରଘୁରାମଙ୍କୁ ମନୋନୀତ କରାଯାଇଥିଲା ।ଆସନ୍ତା ଅକ୍ଟୋବର ମାସ ୧୬ ତାରିଖ ରବିବାର ଦିନ ସାଧାରଣ ପରିଷଦ ବୈଠକ ସହ ଶାଖାର ପୁର୍ଣ୍ଣାଙ୍ଗ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories