www.samajalive.in
Monday, December 8, 2025
14.1 C
Bhubaneswar

ଉମରକୋଟ ଅଞ୍ଚଳର ୮୨ ବନସୁରକ୍ଷା ସମିତି ଓ ସମର୍ଥକଙ୍କ ଶୋଭାଯାତ୍ରା

ନବରଙ୍ଗପୁର: ବେଆଇନ ଜଙ୍ଗଲ ଅଧିକାର ଓ ନୂତନ ଜଙ୍ଗଲ କାଟୁଥିବା ବ୍ୟକ୍ତିମାନଙ୍କୁ  ନୂତନ ଜଙ୍ଗଲ ଅଧିକାର କମିଟି (ଏଫଆରସି) ଗଠନ କରି ଜଙ୍ଗଲ ଆଇନ ଖିଲାପ କରବା ପ୍ରୟାସକୁ ରଦ୍ଦ କରିବା ଓ  ଜଙ୍ଗଲ ଜମିକୁ ନେଇ ଆଦିବାସୀ ମଧ୍ୟରେ ବିବାଦ କରି ଉସୁକାଉଥିବା ରାଜେଶ ଜାନୀ, ଦିବାକର ପୂଜାରୀ ଓ ହାରାବତୀ ଗଣ୍ଡଙ୍କୁ ତୁରନ୍ତ ଗିରଫ କରିବା ଦାବିକରି ଉମରକୋଟ ରେଞ୍ଜର ୮୨ଟି ବନସୁରକ୍ଷା ସମିତି, ଜଙ୍ଗଲ ଅଧିକାର କମିଟିର ସଦସ୍ୟ ଓ  ସମର୍ଥକ ଗ୍ରାମବାସୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ଚାଉଁରିଆଗୁଡାରୁ ବାହାରି ନବରଙ୍ଗପୁର ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲ ।  ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ଅଭିଯୋଗ ଶିବିରରୁ ଆସି ଜିଲାପାଳ ଡଃ କମଳ ଲୋଚନ ମିଶ୍ର ଆନ୍ଦୋଳନକାରୀଙ୍କୁ ଭେଟି ଦାବିପତ୍ର ଗ୍ରହଣ କରିଥିଲେ । ଉମରକୋଟ ବ୍ଳକ ଅନ୍ତର୍ଗତ ସମସ୍ତ ୮୨ଟି  ବନସୁରକ୍ଷା ସମିତି, ଜଙ୍ଗଲ ଅଧିକାର କମିଟି ଓ ଅନୁସୂଚିତ ଜନଜାତି ସଂପ୍ରଦାୟର ବ୍ୟକ୍ତିମାନେ ଏହି ଘେରାଉରେ ସାମିଲ ହୋଇଥିଲେ ।

ଗତ ୨୦୨୦ ମସିହାରେ ବେହେଡା ନର୍ସରୀ ପରିସର ମଧ୍ୟରେ ସିର୍ଲିଗୁଡା, ସୁନାବେଡା, ନାୟକଗୁଡା ଓ ପୂଜାରୀଗୁଡା ବନସୁରକ୍ଷା ସମିତି ସହିତ କପସାଭଟ୍ଟା, ସାରିଆଭଟ୍ଟା, ଲକଟିପକନା, ଗ୍ରାମଗୁଡିକର ବ୍ୟକ୍ତି ବିଶେଷ ଓ ବନବିଭାଗ କର୍ମଚାରୀଙ୍କର ଉପସ୍ଥିତରେ ବୈଠକ କରାଯାଇଥିଲା । ଏହି ବୈଠକରେ ସଂରକ୍ଷିତ ଜଙ୍ଗଲରେ ଥିବା ସମସ୍ତ ଲୋକ ପ୍ରତିଶ୍ରୁତି ଦେଇଥିଲେ ଯେ,  ନିଜ ପଟ୍ଟା ବ୍ୟତୀତ ବନ ସୁରକ୍ଷାସମିତି ଅଧିନରେ ଥିବା ସଂରକ୍ଷିତ ଜଙ୍ଗଲରେ ଚାଷ କରିବେ ନାହିଁ ।  ତତ୍‍ପରେ ପୁନର୍ବାର ସେମାନେ  ଚାଷ କରିବା ଉଦ୍ୟମ କରିବାରୁ ବନସୁରକ୍ଷା ସମିତି ଅଭିଯୋଗ କରିବା ପରେ ବନବିଭାଗର ପକ୍ଷରୁ ତହସିଲଦାରଙ୍କର  ଉପସ୍ଥିତିରେ ୧୪୪ ଧାରା ଲାଗୁ କରାଯାଇଥିଲା । ଚଳିତବର୍ଷ  ସିର୍ଲିଗୁଡା ବନସୁରକ୍ଷା ସମିତି ବୁଝାଇବା ସତ୍ୱେ ସେମାନେ ପୁନର୍ବାର ରାତାରାତି ମକା ବୁଣିବା  ସହିତ ଅସ୍ଥାୟୀଘର ନିର୍ମାଣ  କରିଥିଲେ । ସେହିଘରକୁ ନିଜେନିଆଁ ଲଗାଇ ଦେଇ ମୋବାଇଲରେ ରେକର୍ଡି କରି ଗଣମାଧ୍ୟମକୁ ଦେଇଥିଲେ ଓ ସିର୍ଲିଗୁଡା ବନସୁରକ୍ଷା ସମିତିକୁ ବଦନାମ କରିଛନ୍ତି ।

- Advertisement -

ଏଥିରେ ରାଜେଶ ଜାନୀ, ଦିବାକର ପୂଜାରୀ ହାରାବତୀ ଗଣ୍ଡ ମିଳିତ ଭାବେ ଆଦିବାସୀ ଓ ଆଦିବାସୀ ମାନଙ୍କର ମଧ୍ୟରେ ବିବାଦ ଉସୁକାଇଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ନଚେତ ଉମରକୋଟ ରେଞ୍ଜର ୮୨ଟି ବନସୁରକ୍ଷା ସମିତି ଇସ୍ତଫା ଦେଇ ଜଙ୍ଗଲ ସୁରକ୍ଷା ପାଇଁ ଜିଲା ବ୍ୟାପିକ ଆନ୍ଦୋଳନ କରିବାକୁ ବାଧ୍ୟ ହେବ । କପସା ଭଟ୍ଟା, ସାରିଆ ଭଟ୍ଟା  ଓ ଲକଟିପକନାରେ ନୂତନ ଏଫଆରସି ଗଠନ କରି ପଟ୍ଟାଦେବା ବନ୍ଦ କରାଯିବା, ବେଆଇନ ଭାବେ  ଜଙ୍ଗଲକାଟି ମକା ଚାଷୀ ମାଫିଆଙ୍କୁ ଜମି ବିକିବା ବନ୍ଦ କରାଯିବା, ବେଆଇନ ଭାବେ ନେଇଥିବା ପଟ୍ଟାକୁ ରଦ୍ଦ କରାଯିବା । ବନସୁରକ୍ଷା ସମିତିର କର୍ମକର୍ତ୍ତା ମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଇଥିବାରୁ ମାମଲା ପ୍ରତ୍ୟାହର କରାଯିବାକୁ ଦାବି କରାଯାଇଛି ।

ଏହି ଦାବିଗୁଡିକ ତୁରନ୍ତ କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଡଃ.ମିଶ୍ର ପ୍ରତିଶ୍ରୁତି ଦେଇଥିଲେ । ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ମାକର ସାହୁ, ଅତିରିକ୍ତ ଏସ.ପି ଜୟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ପ୍ରତ୍ୟାହାର କରାଯାଇଥିଲା । ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories