www.samajalive.in
Friday, December 5, 2025
20.1 C
Bhubaneswar

ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ

ନବରଙ୍ଗପୁର: ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସେସନ  (ନିପା ) ଆନୁକୂଲ୍ୟାରେ ଏକ ଦିନିକିଆ ପାଳକ ସମ୍ମିଳନି ଆର, କେ କଲୋନୀସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚରେ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ନିପାର ପ୍ରତିଷ୍ଠାତା ରେଭ ଡଃ ପ୍ରମୋଦ କୁମାର ନାଗ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ ।  ପାଷ୍ଟର କେୟାର ମିନିଷ୍ଟ୍ରି ଇଣ୍ଟରନେସନାଲର ରାଷ୍ଟ୍ରୀୟ ସଂଯୋଜକ ରାଇଟ ରେଭ ବିଶପ ମନ ମୋହନ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କେତେକ ଅଂଶକୁ ନେଇ ପାଳକ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପାଷ୍ଟର କେୟାର ମିନିଷ୍ଟ୍ରି ବିଷୟରେ ଆଲୋକପାତ କରିଥିଲେ  ।

ସମ୍ମାନୀୟ ଅତିଥି ଭାବେ କୋରାପୁଟର ରାଇଟ ରେଭ ବିଶପ ରାଜେଶ ପାତ୍ର ପାଳକ ମାନଙ୍କୁ ଏକତା ସମ୍ବନ୍ଦରେ ଦୃଷ୍ଟି ଆକର୍ଷଣ  କରିଥିଲେ ।  ବିଶପ ଦୁହେଁଙ୍କୁ ନିପା ଦ୍ଵାରା ଉପଢକୌନ ଦେଇ ସମ୍ମାନୀତ କରାଯାଇ ଥିଲା ।  ରେଭ ଡ଼ଃ ଶାମୁଏଲ ଲିମା ମଞ୍ଚ ପରିଚାଳନା କରିଥିଲେ ।  ରେଭ ଡଃ ଖ୍ରୀଷ୍ଟଦାନ ନାଗ ସ୍ୱାଗତ ସମ୍ଭଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।  ରେଭ ଗାବ୍ରିଏଲ ସେନାପତି ନିପାର ମହତ ଉଦ୍ଧେଶ୍ୟ ଓ ଲକ୍ଷ୍ୟ ବିଷୟରେ ପାଳକ ମାନଙ୍କୁ ଅବଗତ କରାଇଥିଲେ । ରେଭ ପ୍ରଦୀପ କୁମାର ନନ୍ଦ ଶେଷ ଆଶୀର୍ବାଦ କରିଥିଲେ ।

- Advertisement -

ଏଥିରେ ନବରଙ୍ଗପୁର ଇଣ୍ଟର ଡିନମିନେସନାଲ ପାଷ୍ଟର ଆସୋସିଏସନର ରେଭ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ନବ କିଶୋର ଖୋସଲା ଉପସଭାପତି, ରେଭ ଡଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଗାବ୍ରିଏଲ ସେନାପତି ଯୁଗ୍ମ ସମ୍ପାଦକ, ରେଭ ଡଃ ଶାମୁଏଲ ଲିମା କୋଷାଧ୍ୟକ, ରେଭ ସଂଜୀବ ମନବୋଧ ତାଲିମ ସମ୍ପାଦକ, ରେଭ ଦିବାକର ଚେଟି  ମିଶନ ଓ ଇଭାଞ୍ଜେଲିମ ସମ୍ପାଦକ, ରେଭ ସୁବାସ ଚନ୍ଦ୍ର ରନ୍ଧାରୀ ଲିଟ୍ରେଚର ସମ୍ପାଦକ, ରେଭ ସରୋଜ କୁମାର କର୍କରା ପବ୍ଲିକ ଆଣ୍ଡ ରିଲେସନ ସମ୍ପାଦକ, ରେଭ ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ କେଶବ ମୂର୍ତ୍ତି ଷ୍ଟାଟିଷ୍ଟିକ ସମ୍ପାଦକ, ରେଭ ବାବୁଲା ପରିଚ୍ଛା ୟୁଥ ସମ୍ପାଦକ,ରେଭ ସୁଜିତ କୁମାର ବାଘ ସୋସିଆଲ କନସେର୍ଣ ସମ୍ପାଦକ, ଉମରକୋଟ ବ୍ଲକର ସଂଯୋଜକ ରେଭ ବେନ୍ୟାମିନ ଉପାସି, ରାଇଘର ବ୍ଲକର ସଂଯୋଜକ ଭି, ଭୌରା ମୁଥୁ, ଡାବୁଗାଁ ବ୍ଲକର ସଂଯୋଜକ ରେଭ ବିପିନ କୁମାର ଡ଼ଙ୍ଗରୀ, ପାପଡାହାଣ୍ଡି ବ୍ଲକର ସଂଯୋଜକ ଗାବ୍ରିଏଲ କର୍କରା, ନବରଙ୍ଗପୁର ବ୍ଲକର ସଂଯୋଜକ ରେଭ ଜେପସନ ସୁନା, ମୁନିସିପାଲିଟିର ସଂଯୋଜକ ରେଭ ନିକୁଞ୍ଜ କର୍କରା, ତେନ୍ତୁଳିଖୁଣ୍ଟି ବ୍ଲକର ସଂଯୋଜକ ପାଳକ ଜୁନାଥନ ଜେବେଶ ଖୁରା, ନନ୍ଦାହାଣ୍ଡି ବ୍ଲକର ସଂଯୋଜକ ରେଭ ସାଲେମ ରାଜୁ ଖୁରା ସହିତ ଶତାଧିକ ପାଳକ ଉପସ୍ଥିତ ଥିଲେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories