ନବ ନିର୍ମାଣ କୃଷକ ସଙ୍ଗଠନର ବ୍ଲକସ୍ତରୀୟ ସମ୍ମିଳନୀ
ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଡ଼ାକ ବଙ୍ଗଳା ପ୍ରାଙ୍ଗଣରେ ଶୁକ୍ରବାର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବ୍ଲକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଭାରୀ ଚିନୁ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ, ବ୍ଲକ ସହଯୋଗୀ ପ୍ରାଣକୃଷ୍ଣ ପଲେଇ, ଲଳିତ କୁମାର ଜେନା, କେଶବ ଦାସ ଓ ପ୍ରଫୁଲ୍ଲ ମହାଳିକ ଯୋଗଦେଇ ବିଭିନ୍ନ ଦାବି ସମ୍ପର୍କରେ ଉଦବୋଧନ ଦେଇଥିଲେ। ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ, ଚାଷୀକୁ ସମ୍ମାନ, ୨୦ବର୍ଷ ବୟସରୁ ପ୍ରତି ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ଆଦି ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ ଓ ଦେଶ ବଞ୍ଚାଅ ଡ଼ାକରାରେ ଏହି ସଙ୍ଗଠନ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରରୂପ ନେବ ବୋଲି କହିଛନ୍ତି ।
Comments are closed.