www.samajalive.in
Thursday, December 11, 2025
13.1 C
Bhubaneswar

ଡିଗ୍ରୀ କଲେଜରେ ନାକ ସ୍ବୀକୃତି ବାଧ୍ୟତାମୂଳକ, ଅଧ୍ୟକ୍ଷଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ନାକ ସ୍ବୀକୃତି ବାଧ୍ୟତାମୂଳକ। ତେଣୁ ସବୁ ଡିଗ୍ରୀ କଲେଜକୁ ନାକ ସ୍ବୀକୃତି କିଭଳି ମିଳିପାରିବ ସେଥିପାଇଁ ଅଧ୍ୟକ୍ଷମାନେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ନାକ ସ୍ବୀକୃତି ପାଇବା ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଏକ କମିଟି କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ଏକ ପ୍ରତିନିଧିଦଳ ଗଠନ କରାଯିବ। ଅଧ୍ୟକ୍ଷମାନେ ନାକ ସ୍ବୀକୃତି ପାଇଁ ପ୍ରସ୍ତୁତି ସମୟରେ ଉଚ୍ଚଶିକ୍ଷା ପରିଷଦ ଓ ଉତ୍କଳ ବିଶ୍ବବିଦ୍ୟାଳୟ ଅଧିକାରୀମାନଙ୍କ ସହାୟତା ନେଇପାରିବେ ବୋଲି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ ପରିଷଦ(ସିଡିସି) ପକ୍ଷରୁ ବାଣୀବିହାର ଏମକେସିଜି ଅଡିଟୋରିୟମରେ ଚାଲିଥିବା ଦୁଇଦିନିଆ ଅଧ୍ୟକ୍ଷ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଥିଲେ ଯେ ଆସନ୍ତା ୪ ମାସ ମଧ୍ୟରେ ନାକ ସ୍ବୀକୃତି ପାଇଁ ଥିବା ନିମୟରେ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ମହାବିଦ୍ୟାଳୟକୁ ନାକ ସ୍ବୀକୃତି ପାଇଁ ଅଧ୍ୟକ୍ଷମାନେ ଏକ ପ୍ରତିନିଧିଦଳ ଚିହ୍ନଟ କରନ୍ତୁ। ଜାତୀୟ ଶିକ୍ଷା ନୀତି ହେଉ କିମ୍ବା ନୂଆ ୟୁଜିସିର ସଂଶୋଧିତ ନିୟମକୁ ଅଧ୍ୟକ୍ଷମାନଙ୍କୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଫଳରେ ସ୍ନାତକ ଏବଂ ସ୍ନାତକୋତ୍ତାର ପାଠ୍ୟଖସଡ଼ା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସହଜ ହେବ। ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଜରିଆରେ ପ୍ରଶାସନିକ, ପରୀକ୍ଷା ପରିଚାଳନା ଓ ଡକ୍ୟୁମେଣ୍ଟନ ସହ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଗବେଷଣା ପାଇଁ ଉତ୍ସାହିତ କରିବାକୁ ହେବ। ଶିକ୍ଷାଦାନ, ପରୀକ୍ଷା ପରିଚାଳନା, ପ୍ରଶାସନିକ କାର୍ଯ୍ୟ, ଗୁଣବତ୍ତା, ଏବଂ ସରକାରୀ ଯୋଜନାର କାର୍ଯ୍ୟନ୍ବୟନରେ ଅଧ୍ୟକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ଅଧ୍ୟକ୍ଷଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଉତ୍ତମ ବୁଝାମଣା ବିନା କୌଣସି ଯୋଜନାକୁ କାର୍ଯ୍ୟକାରି କରାଯାଇପାରିବ ନାହିଁ। ତେଣୁ ଅଧ୍ୟକ୍ଷମାନେ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ନିଶ୍ଚିତ ଭାବେ ଡିଗ୍ରୀ କଲେଜଗୁଡ଼ିକୁ ଭଲ ନାକ ଗ୍ରେଡ ମିଳିପାରିବ ବୋଲି ପ୍ରକାଶ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି-୨୦୨୦ ସମ୍ପର୍କରେ ଆଲୋଚନା ସହିତ ନାକ ସ୍ବୀକୃତି ପାଇବା ପାଇଁ ଅଧ୍ୟକ୍ଷମାନଙ୍କ ଭୂମିକା କିଭଳି ରହିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ଯୋଗଦେଇ ନାକ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

- Advertisement -

ବୈଷୟିକ ଅଧିବେଶନରେ ନାକ ସାଧାରଣ ପରିଷଦ ସଦସ୍ୟ ଡ.ଲଲିତା ବାଲକ୍ରିଷ୍ଣନନ ଯୋଗଦେଇ ‘ନାକ ମୂଲ୍ୟାଙ୍କନ ଓ ସ୍ବୀକୃତି’ ଉପରେ ବକ୍ତବ୍ୟ ରଖିଥିଲେ। ଅନଲାଇନ୍ ମୋଡ୍ ମାଧ୍ୟମରେ ନାମଲେଖା ପରୀକ୍ଷା ବ୍ୟବସ୍ଥାର ସଂସ୍କାର ଓ ଫଳ ପ୍ରକାଶନ ଉପରେ ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ସିଡିସି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଆଇକ୍ୟୁଏସି ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର ମହାନିଦ୍ୟାଳୟ ବିକାଶ ପରିଷଦ(ସିଡିସି) ପକ୍ଷରୁ ବାଣୀବିହାର ଏମକେସିଜି ଅଡିଟୋରିୟମରେ ଚାଲିଥିବା ଦୁଇଦିନିଆ ଅଧ୍ୟକ୍ଷ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ କେନ୍ଦ୍ରାପଡ଼ା ,ଜଗତସିଂହପୁର ଏବଂ କଟକ ଜିଲାର ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହିତ ଭାରପ୍ରାପ୍ତ ପରୀକ୍ଷା ଅଧିକାରୀ, ଆଇକ୍ୟୁଏସି ଏବଂ ନାକ ସଂଯୋଜକ ଯୋଗ ଦେଇଥିଲେ।

ଏହି ଅବସରରେ ‘ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ନାକ ସ୍ବୀକୃତି’ ବିଷୟ ବସ୍ତୁ ଉପରେ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଏକାଡେମିକ ବ୍ୟାଙ୍କ କ୍ରେଡିଟ(ଏବିସି) ସହ ପରୀକ୍ଷାର ସ୍ବୟଂଚାଳିତ ବ୍ୟବସ୍ଥା, ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ(ନାକ) ସ୍ବୀକୃତି ଓ ପୁନଃସ୍ବୀକୃତି ପଦ୍ଧତି, ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟନ୍ବୟନ ଇତ୍ୟାଦି ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଥମ ଦିବସରେ ଖୋର୍ଦ୍ଧା, ନୟାଗଡ଼ ଓ ଯାଜପୁର ଜିଲାର ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହିତ ଭାରପ୍ରାପ୍ତ ପରୀକ୍ଷା ଅଧିକାରୀ, ଆଇକ୍ୟୁଏସି ଏବଂ ନାକ ସଂଯୋଜକ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories