ମୁନିଗୁଡ଼ା : ରାୟଗଡ଼ା ଜିଲାର ବିଷମ କଟକ ବ୍ଲକର ବିଭିନ୍ନ ସ୍ଥାନରେ ମାଓବିରୋଧୀ ପୋଷ୍ଟର ଲାଗିଛି। ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ମାଓବିରୋଧୀ ପୋଷ୍ଟର ଲାଗିଛି। ମିଛ ବିପ୍ଳବ ନାମରେ ରାୟଗଡ଼ାରେ ଆଦିବାସୀଙ୍କ ହତ୍ୟା ଏବଂ ସେମାନଙ୍କ ବିକାଶକୁ ବିରୋଧ କରି ବିସ୍ଫୋରଣ, ପୋଡ଼ା ଜଳା ଓ ରାସ୍ତା ରୋକକୁ ବିରୋଧ କରିବା, ରାୟଗଡ଼ା ବାସୀଙ୍କ ବିକାଶ ପାଇଁ ବନ୍ଧୁକ ଛାଡ଼ିବା ଆବଶ୍ୟକ ବୋଲି ଏହି ପୋଷ୍ଟରେ ଉଲ୍ଲେଖ ରହିଛି।
Popular Categories



