www.samajalive.in
Tuesday, December 9, 2025
17.1 C
Bhubaneswar

ସୈନିକମାନଙ୍କୁ ଫେରାଇ ନେବାବେଳେ ମିଜୋରାମ ବିମାନବନ୍ଦରରେ ମିଆଁମାର ବିମାନ ଦୁର୍ଘଟଣାଗ୍ରସ୍ତ, ୮ ଆହତ

ଡେସ୍କ: ମଙ୍ଗଳବାର ଦିନ ଆଇଜଲ ଉପକଣ୍ଠରେ ଥିବା ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଆଠ ଜଣ ଆହତ ହୋଇଛନ୍ତି। ଏକ ଛୋଟ ବିଦ୍ରୋହୀ ଗୋଷ୍ଠୀ ସହିତ ଗୁଳି ବିନିମୟ ପରେ ଗତ ସପ୍ତାହରେ ଭାରତ ସୀମା ଅତିକ୍ରମ କରି ଆସିଥିବା ମିଆଁମାରର ସୈନିକମାନଙ୍କୁ ଫେରାଇ ଆଣିବା ପାଇଁ ଛୋଟ ବିମାନ ସେଠାକୁ ଆସିଥିଲା। ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଲୋକ ଥିଲେ ଏବଂ ସକାଳ ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି।

୧ ବିଲିୟନ ଟନ୍ ଟପିବ ଭାରତର କୋଇଲା ଉତ୍ପାଦନ, ବନ୍ଦ ହେବ ଆମଦାନୀ

- Advertisement -

ଅବତରଣ କରିବା ସମୟରେ ଏହି ବିମାନଟି ମିଜୋରାମ ସରକାରଙ୍କ ଦ୍ୱାରା ପରିଚାଳିତ ବିମାନବନ୍ଦରର ରନୱେ ଅତିକ୍ରମ କରି ଆଗକୁ ଯାଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ପ୍ରଭାବ ଏପରି ଥିଲା ଯେ ବିମାନଟି ଦୁଇ ଖଣ୍ଡ ହୋଇ ଯାଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଲେଙ୍ଗପୁଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେହି ବିମାନବନ୍ଦରକୁ ଆସୁଥିବା ସମସ୍ତ ବିମାନର ଗତିପଥକୁ ବଦଳା ଯାଇଥିବା ବେଳେ ଜରୁରୀକାଳୀନ ଭାବରେ ରନୱେ ମରାମତି କରାଯାଉଛି।

ରାହୁଲଙ୍କୁ ବିଶ୍ୱବିଦ୍ୟାଳୟ ମନା, ରାଜନୈତିକ ଅସୂୟା ଭାବ କହିଲା କଂଗ୍ରେସ

ସୂଚନା ଅନୁଯାୟୀ, ଗତ ସପ୍ତାହରେ ୨୭୬ ଜଣ ମିଆଁମାରର ସୈନିକ ମିଜୋରାମରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୮୪ ଜଣଙ୍କୁ ସୋମବାର ପଠାଯାଇଥିଲା। ଅବଶିଷ୍ଟ 92 ଜଣ ସୈନିକଙ୍କୁ ମଙ୍ଗଳବାର ଦିନ ପ୍ରତ୍ୟାବର୍ତ୍ତନ କରାଯିବାକୁ ଯୋଜନା ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories