www.samajalive.in
Monday, December 8, 2025
17.1 C
Bhubaneswar

ଜଳସେଚନ ବିଭାଗ ପକ୍ଷରୁ ବିନା ସୂଚନାରେ ପାଣି ପଞ୍ଚାୟତ ପକ୍ଷ ପାଳନ

ପଦ୍ମପୁର: ଅଞ୍ଚଳର ବରିଷ୍ଠ ଚାଷୀ ଭାଇ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୌଣସି ସୂଚନା ନଦେଇ ହରଭଙ୍ଗି ଜଳସେଚନ ବିଭାଗ ପକ୍ଷରୁ ମଙ୍ଗଳବାର ରାୟଗଡ଼ା ଜିଲ୍ଲା କେନ୍ଦୁଗୁଡା ବଡନାଳ ପ୍ରକଳ୍ପ ପରିସରରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ବଡନାଳ ଉପ ନିର୍ବାହୀ ଯନ୍ତ୍ରୀ ଅଲେଖ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବଂଶଧାରା ନାଗାବଳୀ ଅବବାହିକା ମୁଖ୍ୟ ଇଞ୍ଜିନିୟର ନାଗେନ୍ଦ୍ର ମହାରଣା, ବଡନାଳ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, ପଦ୍ମପୁର ବିଡିଓ ସୁଜିତ କୁମାର ମିଶ୍ର, ସ୍ଥାନୀୟ ସରପଞ୍ଚ ସିଦ୍ଧେଶ୍ୱରୀ ଶବର, ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ପାଣି ପଞ୍ଚାୟତର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ହାତ ଗଣତି ଭାବେ ଆସିଥିବା କିଛି ଚାଷୀଙ୍କୁ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଯନ୍ତ୍ରୀ ଶ୍ରୀ ମହାରଣା ଯୋଗ ଦେଇ ଜାନୁଆରୀ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପକ୍ଷ ପାଳନ କରାଯାଉଛି, ଚାଷୀଙ୍କୁ ସଚେତନ କରାଯାଇ ପାଣିର ସୁବିନିଯୋଗ କରି ସମସ୍ତ ଚାଷୀଙ୍କୁ ପାଣି ଯୋଗାଇ ଦିଆଯିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ। ତେବେ ବଡ ନାଳ ପ୍ରକଳ୍ପର ପାଣିକୁ ସୁବିନିଯୋଗ କରିବା ସହ ପାଣି ପଞ୍ଚାୟତ ଗଠନ କରି ଜଳସେଚନ ଭିତ୍ତିଭୂମିକୁ ନିର୍ମାଣ ଦ୍ୱାରା ଅଧିକରୁ ଅଧିକ ଜମିକୁ ଜଳସେଚନ ସୁବିଧା ହୋଇପାରିବ। ତଳ ମୁଣ୍ଡ ଚାଷୀ ଆଗୁଆ କିପରି ପାଣି ପାଇବେ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଅପରପକ୍ଷେ ଉପସ୍ଥିତ ଚାଷୀମାନେ ସମସ୍ତ ମେଇନ୍ କେନାଲ, ସବ ମାଇନର, ମାଇନର କେନାଲଗୁଡ଼ିକ ମରାମତି ସହ ପ୍ରକଳ୍ପର ପଙ୍କ ପୁନରୁଦ୍ଧାର ଏବଂ ଅନ୍ୟ ନଦୀର ପାଣି ଜଳ ଭଣ୍ଡାରକୁ ସଂଯୋଗ କରିବା ପାଇଁ ଚାଷୀମାନେ ଦାବି କରିଥିଲେ। ଏହି ପ୍ରକଳ୍ପକୁ ଅନ୍ୟ ନଦୀକୁ ସଂଯୋଗ କଲେ ଚାଷୀ ଉଭୟ ରବି ଓ ଖରିପ ଋତୁରେ ପାଣି ଠିକ୍ ସମୟରେ ପାଣି ପାଇପାରିବେ ବୋଲି ଆଲୋଚନା ହୋଇଥିଲା। ଏହି ଅବସରରେ ଅନେକ ତଳ ମୁଣ୍ଡ ଚାଷୀମାନେ ନିଜ ସମସ୍ୟା ବିଷୟରେ ଅଧିକାରୀଙ୍କୁ କହିଥିଲେ। ଏଥିରେ ଅଧିକାରୀମାନେ କେନାଲ ମରାମତି ଚାଲିଛି। ଆଉ ତଳ ମୁଣ୍ଡ ଚାଷୀ ଅତି ଶୀଘ୍ର ପାଣି ପାଇବା ଆମର ଲକ୍ଷ୍ୟ ବୋଲି ଉପ ନିର୍ବାହୀ ଅଧିକାରୀ କହିଥିଲେ। ଏହି ସମୟରେ ପାଣି ପଞ୍ଚାୟତର ସଭ୍ୟମାନେ ଉପସ୍ଥିତ ଥିଲେ। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅଧିକାଂଶ ଚାଷୀ ପାଣି ପଞ୍ଚାୟତରେ ବହୁ ଦୁର୍ନୀତିଗୁଡିକ ପଦାରେ ପଡ଼ିଯିବ କହି ପ୍ରକୃତ ଚାଷୀମାନଙ୍କୁ ସୂଚନା ଦିଆଯାଇ ନଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମସ୍ତ ବଡନାଳ କେନାଲ ଡିଭିଜନର କନିଷ୍ଠ ଯନ୍ତ୍ରୀ, ଅଧିକାରୀ ପରିଚାଳନା କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories