www.samajalive.in
Monday, December 8, 2025
13.1 C
Bhubaneswar

ହିନ୍ଦୁ ଧର୍ମ ପ୍ରତି ଆଶକ୍ତି : ‘ଅନିସ୍’ ହେଲେ ଅନିସ ଆର୍ଯ୍ୟ ପଣ୍ଡା

ବଲାଙ୍ଗିର :  ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଗୌରବ ଅନୁଭବ କରି ବିଶ୍ବର ଆଦ୍ୟଧର୍ମ ହିନ୍ଦୁ ଧର୍ମକୁ ଗ୍ରହଣ କରିଛନ୍ତି ଜଣେ ମୁସଲମାନ ଯୁବକ । ଏକ ଘୋରଇ ସଂସ୍ଥାରେ ଚାକିରି କରୁଥିବା ବଲାଙ୍ଗିର ସହରରେ ରହୁଥିବା  ୨୭ ବର୍ଷିୟ ଯୁବକ ଅନିସ୍ ଅଖତାର ସ୍ବଇଛାରେ ଯଜ୍ଞ ପୂଜା ବିଧି ମାଧ୍ୟମରେ ବୈଦିକ ପରମ୍ପରା ଏବଂ ସଂସ୍କାର ମାଧ୍ୟମରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନିସ ଅଖତାରରୁ ଅନିସ ଆର୍ଯ୍ୟ ପଣ୍ଡା ଭାବରେ ଆଜି ଠାରୁ ନାମିତ ହେଇଛନ୍ତି।
ସୁବ୍ରତ ବହିଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହ କାର୍ଯ୍ୟକ୍ରମକୁ ଆନନ୍ଦ ଶାସ୍ତ୍ରୀ, କୁଷ୍ଟଦେବ ଶାସ୍ତ୍ରୀ, ରାମଚନ୍ଦ୍ର ବିଶ୍ବାଳ, ଭାଗିରଥି ଆର୍ଯ୍ୟ, ସୁମନ୍ତ ଆର୍ଯ୍ୟ, ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ହିନ୍ଦୁ ଜାଗରଣ ମଞ୍ଚ ରାଜ୍ୟ ସଂଙ୍ଗଠନ ମନ୍ତ୍ରୀ ତନ୍ମୟ କୁମାର ଦାଶ, ସମ୍ମାନିତ ଅତିଥି ଭାବରେ ଫରୋମ ଫର ସିଟିଜନ ରାଇଟ ରାଜ୍ୟ ଆବାହକ ଆଲୋକ କୁମାର ମିଶ୍ର ଉପସସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ମିଶ୍ର, ରଘୁନାଥ ଷଡଙ୍ଗୀ, ସରିତା ଯୋଶି, ଆରତି ଗୁରୁ, ସଞ୍ଜୁ ନାଏକ, ଜଗନ୍ନାଥ ମାହାଣା, ଅଶ୍ବିନୀ ପଟେଲ, ଓମପ୍ରକାଶ ସାହୁ ପ୍ରଭୁ ବହୁ ବ୍ୟକ୍ତି ଉପସ୍ଥିତ ଥିବା ବେଳ ହିତେଶ କୁମାର ସାହୁ ଏହି କାଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories