ଧାରା ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ କହିଲେ ୭ ମୁସଲମାନ ସଂଗଠନ

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ସମେତ ୭ ମୁସଲମାନ ସଂଗଠନ ଗୁରୁବାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ସଂଗଠନଗୁଡ଼ିକ କହିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହେଲା ନାହିଁ କି ଲୋକଙ୍କ ବିଶ୍ୱାସ ରହିଲା ନାହିଁ। ସରକାରଙ୍କ ଏହି ପଦକ୍ଷେପ ଅସାମ୍ବିଧାନିକ ଓ ସମ୍ବିଧାନର ମୂଳ ସିଦ୍ଧାନ୍ତର ଉଲ୍ଲଙ୍ଘନ କରୁଛି।

prayash

ଜମିୟତ ଉଲେମା ହିନ୍ଦ କାଶ୍ମୀର ମୁସଲମାନଙ୍କ ଅଧିକାର ଉପରେ ଏକ ବୈଠକ ଡାକିଥିଲା। ଏଥିରେ ଜମାତ ଏ ଇସଲାମ ହିନ୍ଦ, ହଜିମୟ ଅହଲେ ହଦିସ ହିନ୍ଦ, ଅଲ ଇଣ୍ଡିଆ ଜକାତ ଫାଉଣ୍ଡେସନ, ଜମିୟତ ଏ ଅହଲେ ସୁନ୍ନତ କର୍ଣ୍ଣାଟକ, ଅଲ ଇଣ୍ଡିଆ ମୁସଲିମ ମଜଲିସ ଏ ମୁଶ୍ୱରାତ ଏବଂ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ସାମିଲ ହୋଇଥିଲେ। ଏହି ସଂଗଠନଗୁଡ଼ିକ ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସ୍ୱାଭାବିକ କରିବାକୁ ନିବେଦନ କରିଛନ୍ତି। ବୈଠକ ପରେ ସଂଗଠନଗୁଡ଼ିକ ପକ୍ଷରୁ ଜାରି ମିଳିତ ବିବରଣୀରେ କୁହାଯାଇଛି ଯେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସାମ୍ବିଧାନିକ ପ୍ରଣାଳୀ ବା ପଦ୍ଧତିରେ ହୋଇନାହିଁ। ଜାମ୍ମୁ କାଶ୍ମୀରକୁ ସମ୍ବିଧାନରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା ଓ ଏହାକୁ ସାମ୍ବିଧାନିକ ପ୍ରକ୍ରିୟାରେ ଉଠାଇବାର ଥିଲା। ଏନେଇ ଆପତ୍ତି ଉଠାଉଥିବା ବିରୋଧୀଙ୍କ ସ୍ୱରକୁ ଚପାଇ ଦିଆଯାଉଛି। ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଛି ଓ ଅଦାଲତ ଉପରେ ଆମ ଭରସା ରହିଛି। ଏହା ଉପରେ ଅଦାଲତର ରାୟ ଆସିବା ପରେ ଆମେ ରଣନୀତି ପ୍ରସ୍ତୁତ କରିବୁ।

kalyan agarbati

Comments are closed.