www.samajalive.in
Sunday, December 14, 2025
14.1 C
Bhubaneswar

ଆଜିଠୁ ଖୋଲିବ ‘ନ୍ୟାୟ ସଂଗ୍ରହାଳୟ’

କଟକ : କଟକ ଗଡ଼ଖାଇ ପରିସରରେ ଉଦ୍‌ଘାଟିତ ନ୍ୟାୟ ସଂଗ୍ରହାଳୟ (ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌) ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ପ୍ରକାଶ କରିଛନ୍ତି। ବାରବାଟୀ ଷ୍ଟାଡିୟମ ନିକଟରେ ଥିବା ଐତିହାସିକ ଗଡ଼ଖାଇସ୍ଥିତ ଏହି ନ୍ୟାୟ ସଂଗ୍ରହାଳୟରେ ଶୁକ୍ରବାର ଅପରାହ୍ଣରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ବିଚାରପତି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପୂର୍ବରୁ ହାଇକୋର୍ଟ ମ୍ୟୁଜିୟମ ଥିବା ଏହି ନ୍ୟାୟ ସଂଗ୍ରହାଳୟ ପ୍ରତିଷ୍ଠା ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ନ୍ୟାୟ ସଂଗ୍ରହାଳୟ ପ୍ରତିଷ୍ଠା ଉପଦେଷ୍ଟା କମିଟି ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ଜଷ୍ଟିସ ମୁରଲୀଧର ଏହି ସଂଗ୍ରହାଳୟ ପ୍ରତିଷ୍ଠା କ୍ଷେତ୍ରରେ ସହଯୋଗ କରିଥିବା ହାଇକୋର୍ଟର ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ଶନିବାରଠାରୁ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ତେବେ ପ୍ରତି ସୋମବାର ଏହା ବନ୍ଦ ରହିବ। କିଛି ମାସ ପାଇଁ ସର୍ବସାଧାରଣଙ୍କଠାରୁ କୌଣସି ପ୍ରବେଶ ଦେୟ ନିଆଯିବ ନାହିଁ ବୋଲି ଜଷ୍ଟିସ ମୁରଲୀଧର କହିଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ବିଚାରପତି ଦେବବ୍ରତ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ସମ୍ବର୍ଦ୍ଧନା ଅବସରରେ ନ୍ୟାୟ ସଂଗ୍ରହାଳୟ ପ୍ରତିଷ୍ଠା ଉପଦେଷ୍ଟା କମିଟିମାନେ ଓଡ଼ିଶା ହାଇକୋର୍ଟଙ୍କ ଏହି ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଥିଲେ। ବିଚାରପତି ଶଶିକାନ୍ତ ମିଶ୍ର ଓଡ଼ିଶା ହାଇକୋର୍ଟଙ୍କ ଏହି ପଦକ୍ଷେପ ପ୍ରତି ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ ଫେବୃଆରୀ ୨୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରିଥିଲେ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories