www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ଵ ଶତ୍ରୁତାରୁ ହତ୍ୟାକାଣ୍ଡ; ଠେଙ୍ଗାରେ ପିଟି ପିଟି ଗ୍ରାମ କମିଟି ସଭାପତିଙ୍କୁ ହତ୍ୟା

ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ପୋଇରାସି ପଂଚାୟତର କଣ୍ଠିଆପଲି ଗ୍ରାମର ସଭାପତି କେ. ଗୋବିନ୍ଦ ରେଡି(୫୮)ଙ୍କୁ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ତାଙ୍କ ସମ୍ପର୍କକୀୟ କେ ମୁରଲୀ ରେଡି ନାମକ ଜଣେ ବ୍ୟକ୍ତି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା ପରେ ବ୍ରହ୍ମପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଖବର ପାଇ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିଷାନ, ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ପ୍ରମୁଖ ପହଞ୍ଚି ଘଟଣା ତଦନ୍ତ ଚଲାଇଥିଲେ। ସାଇଣ୍ଟଫିକ ଟିମ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ । ପୁଲିସ ଏହି ଘଟଣା ତିନି ଜଣକୁ ଅଟକ ରଖିଥିବା ଜଣାପଡିଛି। ଏନେଇ ଥାନାରେ କେସ୍ ନମ୍ବର ୫୪୮/୨୧ ମକଦ୍ଦମା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଭଳି ନିଜ ଗ୍ରାମ କଣ୍ଠିଆପଲିରୁ ଚାଲି ଚାଲି ଛୋଟବସା ଛକକୁ ଚା’ ପିଇବା ପାଇଁ ଶୁକ୍ରବାର ଦିନ ସକାଳୁ ଯାଉଥିଲେ ଗ୍ରାମ କମିଟି ସଭାପତି କେ ଗୋବିନ୍ଦ ରେଡି। ଏହି ସମୟରେ ହଠାତ ପଛ ପଟୁ ଠେଙ୍ଗା ଦ୍ଵାରା ପ୍ରହାର ହୋଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ପଡିଯାଇଥିଲେ ଗୋବିନ୍ଦ। ପରେ ଗ୍ରାମବାସୀ ଖବର ପାଇ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୁଷୋତ୍ତମପୁର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ତଦନ୍ତ ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories