www.samajalive.in
Friday, December 5, 2025
20.1 C
Bhubaneswar

ହତ୍ୟା ମାମଲାରେ କୁସ୍ତିଯୋଦ୍ଧା ସୁଶିଲ କୁମାର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଷ୍ଟାଡିୟରେ ଜଣେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କୁ ହତ୍ୟା କରାଯିବା ଅଭିଯୋଗରେ ପୁଲିସ ଅଲିମ୍ପିକ୍ସ ବିଜେତା କୁସ୍ତିଯୋଦ୍ଧା ସୁଶିଲ କୁମାରଙ୍କୁ ଗିରଫ କରିଛି। ସୁଶିଲ ଅଲିମ୍ପିକ୍ସରେ ଦୁଇଥର ପଦକ ବିଜେତା ହୋଇଥିଲେ। ଛତ୍ରଶାଳ ଷ୍ଟାଡିୟମରେ ଚଳିତ ମାସ ୪ ତାରିଖରେ ୨୩ ବର୍ଷ ବୟସ୍କ ଜଣେ କୁସ୍ତିଯୋଦ୍ଧା ସାଗର ରାଣାଙ୍କୁ ହତ୍ୟା କରାଯାଇଥିଲା। ସେଥିରେ ସୁଶିଲ କୁମାର ଓ ଅନ୍ୟଜଣେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ଏହି ମାମଲାରେ ସୁଶିଲ କୁମାର ଓ ତାଙ୍କ ସହଯୋଗୀଙ୍କୁ ଖୋଜାଯାଉଥିବାବେଳେ ସେମାନେ ଫେରାର ଥିଲେ। ତେବେ ସେମାନଙ୍କୁ ଆଜି ସକାଳେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗିରଫ କରାଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ପ୍ରକୋଷ୍ଠର ସହକାରୀ ଆରକ୍ଷୀ ଆୟୁକ୍ତଙ୍କ ଅଧୀନରେ ଆରକ୍ଷୀ ନିରୀକ୍ଷକ କରମବୀରଙ୍କ ନେତୃତ୍ୱରେ ଏକ ଦଳ ମୁଣ୍ଡକା ଅଞ୍ଚଳରେ ଚଢଉ କରି ସୁଶିଲ ଏବଂ ତାଙ୍କ ସହଯୋଗୀ ଅଜୟଙ୍କୁ ଗିରଫ କରିଥିଲେ। ପୁଲିସ କହିଛି ଯେ ଚଳିତ ମାସ ୪ ତାରିଖରେ ସାଗର ରାଣା ଏବଂ ତାଙ୍କର ଦୁଇବନ୍ଧୁଙ୍କ ଉପରେ ସୁଶିଲ କୁମାର ଏବଂ ତାଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗୁରୂତର ଆହତ ତିନିଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହସପିଟାଲରେ ରାଣାଙ୍କର ମୃତ୍ୟୁ ଘଟିଥିଲା। ସୁଶିଲଙ୍କୁ ଧରାଇଦେବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories