www.samajalive.in
Saturday, December 13, 2025
21.1 C
Bhubaneswar

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲା ଯୋଡା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ପିଢିପୋଖରୀ ଗାଁରେ ଗୁଣିଗାରେଡି ସନ୍ଦେହରେ ଗ୍ରାମର ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ପିଟିପିଟି ମାରି ଦେଇଛନ୍ତି। ଅତି ନୃଶଂସଭାବେ ଯୁବକଙ୍କୁ ହତ୍ୟା କରିବାପରେ ଘୋଷାଡି ଘୋଷାଡି ନେଇ ଏକ ନାଳ ପାଖରେ ଫିଙ୍ଗି ଦେଇଛନ୍ତି। ଏହି ସଂଘବଦ୍ଧ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ପୁଲିସ ଆଜି ସକାଳେ ୪ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଗ୍ରାମର ଟୁଟୁ ମୁଣ୍ଡାଙ୍କ ମାଆଙ୍କର ଗତ କିଛିଦିନ ତଳେ ମୃତ୍ୟୁ ଘଟିଥିଲା। ମାଆଙ୍କ ମୃତ୍ୟୁ ପାଇଁ ଟୁଟୁ ଗ୍ରାମର ସୁଦାମ ମୁଣ୍ଡା (୪୦ ବର୍ଷ)ଙ୍କୁ ସନ୍ଦେହ କରୁଥିଲେ। ସୁଦାମ ଜଣେ ତାନ୍ତ୍ରିକ ଓ ତାଙ୍କ ଗୁଣିଗାରେଡି ଯୋଗୁଁ ମାଆ ମରିଗଲା ବୋଲି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଟୁଟୁ ସୁଦାମଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହିଁଥିଲେ। ଏଥି ପାଇଁ ଗତ ସୋମବାର ଦିନ ସୁଦାମ ଘରେ ଥିବା ବେଳେ ୪/୫ ଜଣ ଏକାଠି ଠେଙ୍ଗାବାଡି ନେଇ ତାଙ୍କ ଘରେ ପହଞ୍ଚି ତାଙ୍କୁ ପିଟିପିଟି ମାରିଦେଇଥିଲେ। ପରେ ଶବକୁ ଫିଙ୍ଗି ଦେଇଥିଲେ। ଗତକାଲି ରାତିରେ ପୁଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଟୁଟୁ ମୁଣ୍ଡା ଓ ତାଙ୍କୁ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ସେଣ୍ଡ ମୁଣ୍ଡା,ମିଶ୍ର ମୁଣ୍ଡା ଓ ଦୁର୍ଗା ମୁଣ୍ଡାଙ୍କୁ ଗିରଫ କରିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories