www.samajalive.in
Saturday, December 13, 2025
26.1 C
Bhubaneswar

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସେପ୍ଟେମ୍ବର ୨୦ ତାରିଖରେ ଅଧିବେଶନ ସରିବ। ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟ ଦିବସ ରହିଛି। ୧୭ ତାରିଖ ଦିନ ଚଳିତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‍ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଆଗୁଆ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‍ ବଦଳରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଆଗତ କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଆଗୁଆ ନିର୍ବାଚନକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଥିବାରୁ ରାଜ୍ୟ ସରକାର ଆସନ୍ତା ଅଧିବେଶନରେ ଅତରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‍ ଉପସ୍ଥାପନ କରିବେ। ସେହିପରି ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ଧାନର ଏମ୍‍ଏସ୍‍ପି ପ୍ରସଙ୍ଗରେ ଗୃହ ଉଷ୍ମ ରହିପାରେ ବୋଲି ରାଜନୈତିକ ମହଲ ଅନୁମାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories