www.samajalive.in
Saturday, December 6, 2025
19.1 C
Bhubaneswar

ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ୫ଜଣ ଝିଅଙ୍କୁ ବସ ଷ୍ଟାଣ୍ଡରୁ ଉଦ୍ଧାର କଲା ମୁନିଗୁଡା ପୁଲିସ

ମୁନିଗୁଡା : ଓଡିଶା ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟି ଲକ୍ଷ ଲକ୍ଷ ଲୋକ ବିଭିନ୍ନ କମ୍ପାନୀ ଆଦିରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ସରକାର ଏହି ଗରିବ ମାନଙ୍କ ପାଇଁ ଶହେ ଦିନର କାମକରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କରିଛନ୍ତି। ଏହି ଯୋଜନାରେ ମେସିନ୍ କାମ କରୁଥିବାରୁ କାମର ଅଭାବ ଦେଖାଦେଇଛି। ପୁଣି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଶ୍ରମିକମାନେ ଯାଉଥିବା ଚିତ୍ର ଦେଥିବାକୁ ମିଳୁଛି।  ଗାଁରେ କାମ ନ ପାଇବାରୁ ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଉଥିବା ୫ ଜଣ ଝିଅଙ୍କୁ ମୁନିଗୁଡା ପୁଲିସ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ସମ୍ପୃକ୍ତ ଅଭିଯୁକ୍ତ  ଦଲାଲ ମୋହନ ରାଓ, ସହଯୋଗୀ ବର୍ଷା ପ୍ରଧାନୀ ଓ ଡ୍ରାଇଭର ଲକ୍ଷ୍ମଣ ରାଓଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ କାଲି କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାର ଲାଞ୍ଜିଗଡ ଅଞ୍ଚଳର ଏହି ପାଞ୍ଚଜଣ ଝିଅ ଆନ୍ଧ୍ର ପ୍ରଦେଶ ଗୋଦାବରୀ ଅଞ୍ଚଳରେ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି। ସେହି ଝିଅ ମାନଙ୍କୁ ନେବା ପାଇଁ ଏକ କାର ମୁନିଗୁଡାରେ ଅପେକ୍ଷା କରିଥିଲା। କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନିର୍ଦେଶରେ ପୁଲିସ ନିରଞ୍ଜନ ଦାଶ ଏବଂ ଓପିଏଏସ୍ ଏଙ୍କେଟି ରାମ ଶବର ସାଧା ପୋଷାକରେ ଦହିଖାଲ ପର୍ଯ୍ୟନ୍ତ ଯାଇଥିଲେ। ଏହି ଝିଅ ମାନେ ଲାଞ୍ଜିଗଡରୁ ଅଟୋ ଯୋଗେ ଆସିଥିଲେ। ବସଷ୍ଟାଣ୍ଡରେ ପହଞ୍ଚିବା ମାତ୍ରେ ପଛେ ପଛେ ଆସୁଥିବା ସାଧା ପୋଷାକ ଧାରୀ ପୁଲିସ୍ ଦ୍ଵୟ ଡ୍ରାଇଭର ସମେତ ସହକାରୀ ମହିଳା ବର୍ଷା ଓ ମୁଖ୍ୟ ଦଲାଲକୁ ଥାନାକୁ ଆଣିବା ସହ ଝିଅ ମାନଙ୍କୁ ଉଦ୍ଧାର କରିଥିଲେ। ଆସନ୍ତାକାଲି ଝିଅ ମାନଙ୍କ ପିତାମାଙ୍କୁ ଜିମା ଦିଆଜିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories